ଏନ୍.ଟି.ପି.ସି ତାଳଚେର କଣିହାଁ’ର ନୂଆ କାର୍ଯ୍ୟକାରୀ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କିଶୋର

An Independent Media

କଣିହାଁ: ଶ୍ରୀ ସଞ୍ଜୀବ କିଶୋର ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଏନଟିପିସି ତାଳଚେର କଣିହାଁର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଉଠାଇଛନ୍ତି ।
ଏନଟିପିସି ତାଳଚେର କଣିହାଁରେ ନିଯୁକ୍ତ ହେବା ପୂର୍ବରୁ, ଶ୍ରୀ ସଞ୍ଜୀବ କିଶୋର କୁଡଗୀ ସୁପର ଥର୍ମାଲ ପାୱାର ଷ୍ଟେସନରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ସୁଚାରୁ ରୂପେ କାର୍ଯ୍ୟଭାର ସମ୍ଭାଳୀ ଆସିଅଛନ୍ତି ।
ଶ୍ରୀ କିଶୋର ଭୋପାଲ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିଲେ । ଶ୍ରୀ କିଶୋର ୧୯୮୪ ମସିହାରେ ୯ମ ବ୍ୟାଚ୍ରେ କାର୍ଯ୍ୟକାରୀ ପ୍ରଶିକ୍ଷକ ଭାବେ ଏନଟିପିସିରେ ଯୋଗ ଦେଇଥିଲେ ।
ସେ ସିଂରୋଲି ସୁପର ଥର୍ମାଲ ପାୱାର ଷ୍ଟେସନ, ଉତ୍ତରପ୍ରଦେଶଠାରେ ନିଜର କାର୍ଯ୍ୟକାଳର ଶୁଭାରମ୍ଭ କରିଥିଲେ । ଯାହାକୁ ଆଜିର ଦିନରେ ଏନଟିପିସିର ଫ୍ଲାଗସିପ୍ ଷ୍ଟେସନ୍ ବୋଲି କୁହାଯାଏ । ଏନଟିପିସି ସହ ଜଡିତ ହେବାରେ ଶ୍ରୀ କିଶୋରଙ୍କ ପାଖରେ ୩୪ ବର୍ଷର ଅଭିଜ୍ଞତା ରହିଛି । ଶ୍ରୀ କିଶୋର ଜଣେ ଅନୁଭବି ପାୱାର ପ୍ରଫେସନାଲ ଅଟନ୍ତି ଏବଂ ତାହା ସହ ସେ ବୈଦ୍ୟୁତିକ କ୍ଷେତ୍ରରେ ସମୃଦ୍ଧି ସହ ବିକଳ୍ପର ଆଶା କିରଣ କରିଥାନ୍ତି ।

error: Thank You Keep Visiting