ତୃତୀୟ ମହଲାକୁ ଟାର୍ଗେଟ କଲେ ବୈଜୟନ୍ତ

An Independent Media

ଭୁବନେଶ୍ବର: ଚିଲିକାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଉଡାଣକୁ ନେଇ ବିବାଦ ତେଜିବାରେ ଲାଗିଛି । ଚିଲିକା ପରେ ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ନେଇ ଅଭିଯୋଗ ହୋଇଛି । ଏହାକୁ ନେଇ ବୈଜୟନ୍ତ ପଣ୍ଡାଙ୍କ ନାମରେ ଆଉ ଏକ ମାମଲା ରୁଜୁ ହୋଇଛି । ବେଆଇନ ଉଡାଣକୁ ନେଇ ଇମ୍ଫା କର୍ତ୍ତୃପକ୍ଷଙ୍କ ସମେତ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡିଛି । ଅଭିଯୋଗ ଅନୁଯାୟୀ ଉକ୍ତ ହେଲିକପ୍ଟରରେ ବୈଜୟନ୍ତ ପଣ୍ଡା ସହ ଅଭିଜିତ ଆୟାର ମିତ୍ର ଓ ଟିକୁ ସିଂଙ୍କ ଥିଲେ ।

ସେମାନଙ୍କୁ ବୈଜୟନ୍ତ ପଣ୍ଡା ପୁରୀ, କୋଣାର୍କ ସହ ଚିଲିକାର ପ୍ରାକୃତିକ ଦୃଶ୍ୟ ଆକାଶମାର୍ଗରୁ ଦେଖାଉ ଥିଲେ । ତେବେ ଶ୍ରୀମନ୍ଦିର ଓ କୋଣାର୍କ ବୁଲିବାର ଭିଡିଓ ଏବଂ ଫଟୋ ଅଭିଜିତ ଆୟାର ନିଜ ଟ୍ବିଟରେ ସେୟାର କରି ଲେଖିଛନ୍ତି ଯେ, ଶ୍ରୀମନ୍ଦିର ଉପରୁ ମୋର ସ୍ତ୍ରତନ୍ତ୍ର ମେସେଜ- ମନ୍ଦିର ସତରେ କେତେ ବଡ । ମନ୍ଦିର ଚାରିପଟେ ରହିଥିବା ସହର ଗୁଡିକ ବିଷୟରେ ମଧ୍ୟ ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଏହି ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା ଟ୍ବିଟ୍ କରି ତୃତୀୟ ମହଲାକୁ ଟାର୍ଗେଟ କରି ଲେଖିଛନ୍ତି ଯେ, ପୁରୀ ପୁଲିସ ଭୁବନେଶ୍ୱର ବିମାନବନ୍ଦରରେ ହେଲିକପ୍ଟର ସହ ହ୍ୟାଙ୍ଗରକୁ ସିଜ୍ କରିଛି। ତେବେ ହେଲିକପ୍ଟର ଚିଲିକାରେ ଉଡ଼ିବା ନେଇ କୌଣସି ଆଧାର ନଥିବାବେଳେ ତୃତୀୟ ମହଲା ଇଙ୍ଗିତରେ ଅଯଥାରେ ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି ବୈଜୟନ୍ତ ପଣ୍ଡା ଟ୍ବୁଟରେ ଲେଖିଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ଥାନରେ ଏତଲା ହୋଇଛି । ବୈଜୟନ୍ତ ଭଳି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ନେତାଙ୍କ ନାମରେ ମାମଲା ରୁଜୁ ପାଇଁ ଆବେଦନ ହୋଇଛି । ହେଲିକାପ୍ଟରେ ଚିଲିକା ଉପରେ ଯାତ୍ରା କରିଥିବା ନେତାଙ୍କ ନାମରେ ମାମଲା ରୁଜୁ ପାଇଁ ମଞ୍ଚ ପକ୍ଷରୁ ଆବେଦନ କରାଯାଇଛି । ସୂଚନାଯୋଗ୍ୟ, ରବିବାରରେ ଚିଲିକା ହ୍ରଦରେ ଅନୁମତିରେ ସି ପ୍ଲେନ ଅବତରଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ଏହା ସି-ପ୍ଲେନ ନହେଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ବୋଲି ପରେ ଜଣାପଡିଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବୈଜୟନ୍ତ ପଣ୍ଡାଙ୍କର ହେଲିକପ୍ଟର ଓ  ହାଙ୍ଗରକୁ ପୁଲିସ ଜବତ କରିଛି ।

error: Thank You Keep Visiting