କଂଗ୍ରେସରେ ଯୋଗ ଦେଲେ ଜର୍ଜ ତିର୍କୀ ଏବଂ ସୁଦର୍ଶନ ଦାସ

An Independent Media

ନୂଆଦିଲ୍ଲୀ : ବୀରମିତ୍ରପୁର ବିଧାୟକ ଜର୍ଜ ର୍ତିକୀ ଓ ମହାନଦୀ ବଞ୍ଚାଅ ଅ ।ନ୍ଦୋଳନର ଅ ।ବାହକ ସୁଦର୍ଶନ ଦାସ କଂଗ୍ରେସରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଜର୍ଜ ଓ ତାଙ୍କ ସମର୍ଥକମାନେ ସାକ୍ଷାତ କରିବା ପରେ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଏହି ଦୁଇ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ତେବେ ଜର୍ଜ ର୍ତିକୀ କଂଗ୍ରେସରେ ଯୋଗ ଦେବା ପରେ ସୁନ୍ଦରଗଡ଼ ରାଜନୀତିରେ ବେଶ ପ୍ରଭାବ ପଡିବ ବୋଲି ଶୁଣିବାକୁ ମିଳୁଛି । ଅସମର୍ଥିତ ସୂତ୍ରର ସୂଚନାନୁସାରେ ଶ୍ରୀ ତିର୍କୀ କଂଗ୍ରେସରୁ ଲୋକସଭା ଆସନରେ ଲଢ଼ିବା ଏବଂ ତିନିଟି ବିଧାନସଭା ଆସନରେ ନିଜ ଅନୁଗତଙ୍କୁ ଛିଡ଼ା କରିବାକୁ ସର୍ତ୍ତ ରଖିଛନ୍ତି ।

error: Thank You Keep Visiting