ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର

An Independent Media

ଅନୁଗୋଳ : ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଳଚେର ଓ ଝାରସୁଗୁଡା ଗସ୍ତ ପରିପ୍ରେକ୍ଷୀରେ ବୁଧବାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ଝାରସଗୁଡା ଓ ତାଳଚେର ଗସ୍ତ କରି ବିଭାଗୀୟ ପଦାଧିକାରୀ, ସ୍ଥାନୀୟ ପ୍ରଶାସନିକ ଓ ପୁଲିସ୍ ପଦାଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବହୁ ଜନକଲଣ୍ୟାଣ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏଥି ସହିତ ଦୁଇଟି ସ୍ଥାନରେ ହେବାକୁ ଥିବା ଜନସଭାରେ ଉଦ୍ବୋଧନ ଦେବେ । ଝାରସୁଗୁଡାରେ ନୂଆ ଏୟାରପୋର୍ଟର ଲୋକାର୍ପଣ, ଉଡାନ୍ ଯୋଜନାରେ ରାଜଧାନୀ ଭୁବନେଶ୍ୱର – ରାୟପୁର ସହ ବିମାନ ସେବା ସଂଯୋଗ ଏବଂ ଦୁଇ କୋଇଲା ଖଣି ସହ ଗୋଟିଏ ରେଳ ଲାଇନ୍ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ । କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ସେଠାରେ ଏକ ସାଧାରଣ ସଭାରେ ଯୋଗାଦନ କରିବା ସହ ଏକ ବାଇକ୍ ର‌୍ୟାଲିକୁ ସମ୍ବୋଧନ କରିବେ । ସେହିପରି ପ୍ରଧାନମନ୍ତ୍ରୀ ତାଳଚେର ଗସ୍ତ ସମୟରେ ତାଳଚେର ସାର କାରଖାନା ପୁନରୁଦ୍ଧାର ନିମନ୍ତେ ଶିଳାନ୍ୟାସ କରିବେ । ତାଳଚେର ଥର୍ମାଲରେ ଦୁଇଟି ବୃହତ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବିକାଶ ସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଘଟଣା ସ୍ଥଳକୁ ଯାଇ ବୁଲି ଦେଖିବା ସହ ଆଲୋନା କରିଥିଲେ । ତାଳଚେର ପାଇଁ ହେବାକୁ ସମାବେଶ ପରିପ୍ରେକ୍ଷୀରେ ସ୍ଥାନୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ ଓ ବରିଷ୍ଠ ନତାଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉଭୟ ସ୍ଥାନକୁ ତୃତୀୟ ଥର ପାଇଁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।

error: Thank You Keep Visiting