ବଦଳୁଛି କେନ୍ଦୁଝର ଜିଲା ରାଜନୀତି ସମୀକରଣ,ବଦ୍ରିଙ୍କ ପକ୍ଷଛେଦନ ଆରମ୍ଭ

An Independent Media

କେନ୍ଦୁଝର: ବିଜେଡିରେ କମିଲା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପକ୍ଷଛେଦନ । ଜିଲାରେ କମିଲା ତାଙ୍କର ଦବଦବା । ପାଣ୍ଡିଆନ୍ ଙ୍କ ଗୁଡ ବୁକ୍ ରୁ କଟିଲା ତାଙ୍କର ନାଁ । ବଦ୍ରିଙ୍କ ପକ୍ଷଛେଦନ ପାଇଁ ବିଜେଡି ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦୀମାନଙ୍କ ସହାୟତା ନେଇଛି । ଏପରିକି ବିଜେଡିର ଗଡଫାଦର କୁହାଯାଉଥିବା ଫାଣ୍ଡିଆନ ଏବେ ସେଠିକାର ନେତା ସ୍ୱାଧୀନ ବିଧାୟକ ସନାତନ ମହାକୁଡ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୋଳାଇ ନେଇଥିବା ଏବେ ଜିଲାରେ ରାଜନୈତିକ ମହଲରେ ଆଲୋଚନା ହେଉଛି । ଜିଲାରେ ଚାଲିଥିବା ଚର୍ଚ୍ଚା ଅନୁସାରେ ବେଶ କିଛିଦିନ ଧରି ଜିଲାପ୍ରଶାସନ ଓ ପୋଲିସ ପ୍ରଶାସନ କ୍ଷେତ୍ରରେ ବଦ୍ରିଙ୍କ ରହିଥିଲା ଦବଦବା । ସମଗ୍ର ଜିଲାରେ ସେ ଚଳାଇଥିଲେ ତାଙ୍କର ନେଟୱାର୍କ ।

ଏପରିକି ତାଙ୍କ ପୁଅଙ୍କ ନାଁରେ ଅଭିଯୋଗ ହେଲେ ମଧ୍ୟ ପୋଲିସ ତାଙ୍କୁ ଛୁଇଁବାକୁ ସାହସ କରୁନଥିବାର ନଜିର ରହିଛି । ତେବେ ନିକଟରେ ଏକ ଗଣ୍ଡଗୋଳ ଘଟଣାରେ ତାଙ୍କ ପୁଅଙ୍କୁ ଗିରଫ କରାଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ ତାଙ୍କର ବିବୃତ୍ତି ରଖିବା ପାଇଁ ଜଣେ ରାଜ୍ୟସଭା ସାଂସଦ ଚାପ ପକାଇଥିଲେ । ଏହାପରେ ଶ୍ରୀ ପଟ୍ଟନାୟକ ତାଙ୍କର ବିବୃତ୍ତି ରଖିବାର ମାତ୍ର କେଇଁ ଘଣ୍ଟା ପରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଗିରଫ କରାଯାଇଥିଲା । ଏବେ ଚର୍ଚ୍ଚା ହେଉଛି ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡ ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଖାସ୍ ଅନୁଗତ । ଚମ୍ପୁଆରେ ତାଙ୍କର ସାମ୍ରାଜ୍ୟ ଉପରେ ଚଢାଉ ପରେ ସେ ଗଡଫାଦର ପାଣ୍ଡିଆନ୍ ଙ୍କ ନିକଟରେ ଗୁହାରି କରିଥିଲେ । ଏହାପରେ ସେ ଓ ତାଙ୍କ ଗୁରୁ ଏବେ ପାଣ୍ଡିଆନଙ୍କ ଗୁଡବୁକରେ ରହିଥିବା ବେଳେ ରାଜନୈତିକ ପାଣିପାଗ ବଦଳିଛି । ଏପରିକି ଆଗକୁ ନିରଞ୍ଜନ ଓ ନବୀନଙ୍କ ମଧ୍ୟରେ ଆଗାମୀ ନିର୍ବାଚନରେ ମେଣ୍ଟ ହେବାନେଇ ଚର୍ଚ୍ଚା କେନ୍ଦୁଝର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

error: Thank You Keep Visiting