ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ତାଳଚେର ସାର କାରଖାନାର ଶିଳାନ୍ୟାସ

Straight to the Point

ତାଳଚେର : ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଳଚେର ଠାରେ ପ୍ରଥମ କୋଇଲା ବାଷ୍ପୀକରଣ ଉପରେ ଆଧାରିତ ସାର କାରଖାନାର ଶୁଭାରମ୍ଭ କରିବା ସହି ପେଟ୍କୋକ୍ ମିଶ୍ରଣ ପଦ୍ଧିତିର ଶୁଭାରମ୍ଭ କଲେ, ଯାହାକି ବନ୍ଦ ସାର କାରଖାନା ଗୁଡିକର ପୁନଃ କାର୍ଯ୍ୟକ୍ଷମ ଦ୍ୱାରା ସାର ଉତ୍ପାଦନରେ ଦେଶକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଭାରତ ସରକାର ନେଇଥିବା ନୀତିଗତ ନିଷ୍ପତି ନିମନ୍ତେ ପଥ ପ୍ରଦର୍ଶକ ସାଜିବ ।
ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର କେନ୍ଦ୍ର ରାସାୟନ, ସାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅନନ୍ତ କୁମାର, ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ, ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ରେଳବାଇ ଓ କୋଇଲା ମନ୍ତ୍ରୀ ଶ୍ରୀଯୁକ୍ତ ପୀୟୁଷ ଗୋଏଲ, ସାଂସଦ ତଥାଗତ ଶତପଥୀ , ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ବହୁ ଉଚ୍ଚ ପଦାଧିକାରୀ ମାନେ ଏହି ଶୁଭ କାର୍ଯ୍ୟାରମ୍ଭ ସମାରୋହରେ ଉପସ୍ଥିତ ଥିଲେ ।
ଗେଲ୍ ଇଣ୍ଡିଆ ଲିମିଟେଡ୍, କୋଲ୍ ଇଣ୍ଡିଆ ଲିମିଟେଡ୍, ନ୍ୟାସନାଲ କେମିକାଲ୍ସ ଓ ଫର୍ଟିଲାଇଜରସ୍ ଲିମିଟେଡ୍ ଏବଂ ଫଟିଲାଇଜରସ୍ କର୍ପୋରେସନ୍ ଅଫ ଇଣ୍ଡିଆ ଲିମିଟେଡ୍ ର ମିଳିତ ସହଭାଗୀତାରେ ୧୩,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ତାଳଚେର ଫର୍ଟିଲାଇଜରସ୍ ଲିମିଟେଡ୍ ଦ୍ୱାରା ଏହି କାରଖାନା ପ୍ରତିଷ୍ଠା କରାଯାଉଛି ।
କୋଇଲା ଓ ପଟ୍କୋକ୍କୁ ଫିଡ୍ଷ୍ଟକ ଭାବରେ ବ୍ୟବହାର କରି ଏହି ପରିଯୋଜନାରୁ ବାର୍ଷିକ ୧.୨୭ ଏମ୍ଏମଟିପିଏ ନିମ୍ କୋଟେଡ୍ ପିଲଡ୍ ୟୁରିଆ ଗୁଳି ଉତ୍ପାଦନ କ୍ଷମତା ରହିଛି । ୨୦୨୨ ସୁଦ୍ଧା ଏହି କାରଖାନା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ଓଡିଶାରେ କୌଣସି ୟୁରିଆ ଉତ୍ପାଦନ କାରଖାନା ନଥିବା ବେଳେ ତାଳଚେର ଠାରେ ହେବାକୁ ଥିବା ଏହି ସାର କାରଖାନା ମାଧ୍ୟମରେ ଓଡିଶାରେ ୟୁରିଆ ଅତି ସହଜରେ ଉପଲବ୍ଧ ହେବ ।
ଏହି କାରଖାନା ପରିବେଶ ଅନୁକୂଳ ଭିତିକ ପଦ୍ଧତିରେ ପ୍ରଚୁର ମାତ୍ରାରେ ଉପଲବ୍ଧ ହେଉଥିବା ଘରୋଇ କୋଇଲାର ବିକଳ୍ପ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହିସତ ୨୦୧୬ ମସିହାରେ ହୋଇଥିବା ୨୧ ତମ ପ୍ୟାରିସ୍ ରାଜିନାମାର ନୀତିଗତ ନିଷ୍ପତିରେ ଭାରତର ପ୍ରତିଶ୍ରୁତିକୁ ସହାୟତା କରିବ । ଏହି କାରଖାନାରେ କୋଇଲାରୁ ପ୍ରତିଦିନ ସିନଗ୍ୟାସ୍ ସମକକ୍ଷ ୨.୩୮ ମିଲିୟନ ମେଟ୍ରିକ୍ ଷ୍ଟାଣ୍ଡାଡର୍୍ କ୍ୟୁବିକ୍ ମିଟର ପ୍ରାକୃତିକ ବାଷ୍ପ ଉତ୍ପାଦନ କରାଯିବ ଯାହାଂ ବାର୍ଷିକ ୧,୬୨୦ କୋଟି ଟଙ୍କାର ପ୍ରାକୃତିକ ବାଷ୍ପ ଆମଦାନୀକୁ ହ୍ରାସ କରିବାରେ ସହାୟକ ହେବ ।
ତାଳଚେର ଠାରେ ହେବାକୁ ଥିବା କୋଇଲା ଗ୍ୟାସିଫିକେସନ ଆଧାରିତ ଆମୋନିଆ ୟୁରିଆ କମ୍ଲେସର ପ୍ରତିଦିନ ୨,୨୦୦ ଟନ୍ର ଆମୋନିଆ ଉତ୍ପାଦନ କ୍ଷମତା ଏବଂ ଦୈନିକ ୩,୮୫୦ ଟନ୍ ୟୁରିଆ ଉତ୍ପାଦନ କରିବାର କ୍ଷମତା ରହିଛି । ରାଜ୍ୟ ରାଜଧାନୀ ଠାରୁ ୧୨୬ କିଲୋମିଟର ଦୂରରେ ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏହି କାରଖାନା ପ୍ରତିଦିନ ୧୦୦ ଟନ୍ ସଲଫର ଫ୍ଲେକ୍ ଉତ୍ପାଦନ କରିପାରିବ ।
ତାଳଚେର ୟୁନିଟ୍ ଦ୍ୱାରା ବ୍ୟବହୃତ ହେବାକୁ ଯାଉଥିବା ଏହି ବାଷ୍ପୀକରଣ ପ୍ରକ୍ରିୟା ଏକ ସ୍ୱଚ୍ଛକୋଇଲା ପ୍ରଯୁକ୍ତି ହେବ ଯାହାକି କୋଇଲା ରୁ ସିଧାସଳଖ ବାହାର କରାଯାଉଥିବା ପ୍ରକ୍ରିୟା ତୁଳନାରେ ସଲ୍ଫର ଅକ୍ସସାଇଡ୍, ନାଇଟ୍ରୋଜେନ୍ ଅକ୍ସସାଇଡ୍, କାର୍ବନ ଡାଇଅକ୍ସସାଇଡ୍ ଏବଂ ନିର୍ଗତ ହେଉଥିବା ମୁକ୍ତ କଣିକାର ମାତ୍ରାକୁ କମ୍ କରିବ । କାର୍ବନ ଡାଇଅକ୍ସାଇଡ୍ (ଅଙ୍ଗାରକାମ୍ଳ), କୋଇଲାରୁ ନିର୍ଗତ ହେଉଥିବା ସବୁଜଘର ଗ୍ୟାସକୁ ବନ୍ଦ ଲୁପ୍ ପ୍ରକ୍ରିୟା ମାଧ୍ୟମରେ ଆଂଶିକ ଭାବେ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ୟୁରିଆ ଉତ୍ପାଦନ କ୍ଷେତ୍ରରେ ପୁନଃ ଉପଯୋଗ କରାଯାଇ ପାରିବ ।


ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବନ ଏବଂ ସାମାଜିକ ଆର୍ଥୀକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି କାରଣ ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ରୋଜଗାର ଭାବେ ସୁଯୋଗ ସୃଷ୍ଟି କରିବ । ଏହି ପ୍ରକଳ୍ପ ନିର୍ମାଣ ହେବା ସମୟରେ ପ୍ରାୟ ୧୦,୦୦୦ ରୁ ଉଦ୍ଧ୍ୱର୍ ଲୋକ ରୋଜଗାର ପାଇପାରିବେ ବୋଲି ଆଶା କରାଯାଉଛି ଏବଂ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୪,୦୦୦ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ।
ଟିଏଲଏଫ୍କୁ ତାଳଚେର ଅଂଚଳରେ କ୍ୟାପ୍ଟିଭ୍ କୋଇଲାଖଣି ଭାବେ ଆବଂଟନ କରାଯାଇଛି । ଖଣି ବିକାଶ ଗତିବିୀଧି ପ୍ରାରମ୍ଭ ହୋଇ ଯାଇଥିବା ବେଳେ ଏହାରୀ ନିରନ୍ତର ସଂଚାଳନକୁ ବଜାୟ ରଖିବା ନିମନ୍ତେ ଫିଡ୍ଷ୍ଟକକୁ ସ୍ଥିରତା ଅପୂର୍ତି ଏବଂ ଗୁଣବତାକୁ ସୁନିଶ୍ଚିତ କରିବ ।
୧୯୭୦ ମସିହାରେ ତାଳଚେର ସାର କାରଖାନା ପ୍ରତିଷ୍ଠା କରାଯାଇଥିବା ବେଳେ ୨୦୦୨ ମସିହାରେ ଏହା ବନ୍ଦ ହୋଇଯାଇଥିଲା । ସାର ଆମଦାନୀ କ୍ଷେତ୍ରରେ ଦେଶର ନିର୍ଭରତାକୁ ହ୍ରାସ କରିବା ନିମନ୍ତେ ଭାରତ ସରକାରଙ୍କ ବିଭିନ୍ନ୪ ପଦକ୍ଷେପ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହାକୁ ପୁନଃନିର୍ମାଣ କରାଯାଇଛି । ଟିଏଫଏଲ (ତାଳହେଚର ଫର୍ଟିଲାଇଜର ଲିମିଟେଡ୍) ଗେଲ (ଇଣ୍ଡିଆ) ଲିମିଟେଡ୍, କୋଲ ଇଣ୍ଡିଆ ଲିମିଟେଡ୍ ଏବଂ ରାଷ୍ଟ୍ରୀୟ କେମିକାଲ୍ସ ଓ ଫର୍ଟିଲାଇଜର ଲିମିଟେଡ୍ ପ୍ରତ୍ୟେକ ୨୯.୬୭ ପ୍ରତିଶତ ଅଂଶଧନ ଧାରଣ କରିଥିବା ବେଳେ ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ର ୧୦.୯୯ ପ୍ରତିଶତ ଅଂଶଧନ ରହିଛି ।
ତାଳଚେର ବ୍ୟତୀତ, ଗୋରଖପୁର (ଉତ୍ତରପ୍ରଦେଶ), ବାରାଉନି (ବିହାର) ଏବଂ ସିନ୍ଦ୍ରି (ଝାରଖଣ୍ଢ) ଠାରେ ଦୀର୍ଘ ଦିନରୁ ବନ୍ଦ ପଡିଥିବା ସାରକାରଖାନା ଗୁଡିକ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ୩ ଟି କାରଖାନା ପାଇଁ, ପରିବେଶ ଉପଯୋଗୀ ପ୍ରାକୃତିକ ଗ୍ୟାସ ଫିଡ୍ଷ୍ଟକ୍ ଭାବେ ବ୍ୟବହାର କରାଯିବ ଯାହା କି ଗେଲ୍ (ଇଣ୍ଡିଆ) ଦ୍ୱାରା ପ୍ରସ୍ତୁତ ଜଗଦିଶପୁର – ହଳଦିଆ ଏବଂ ବୋକାରୋ – ଧାମରା ପାଇପ ଳାଇନ୍ ଦ୍ୱାରା ଯୋଗାଣ କରାଯିବ । ଏହି ପାଇପ୍ ଲାଇନ ଲୋକପ୍ରିୟ ଭାବେ ‘ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା’, ପୂର୍ବ ଭାରତକୁ ରାଷ୍ଟ୍ରୀୟ ଗ୍ୟାସ ଗ୍ରୀଡକୁ ସଂଯୋଗ କରିବ ।
ଅନୁଗୋଳ ଜିଲ୍ଳା ଯୋଜଡା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ବିଧାୟକ ବୃନ୍ଦ (ରଜନୀ କାନ୍ତ ସିଂ, କନକ ବର୍ଦ୍ଦନ ସିଂ ଦେଓ, ସୁଶାନ୍ତ ବେହେରା, ବସନ୍ତ ପଣ୍ଡା) ନଗରପାଳ ପବିତ୍ରଅ ଭୂତିଆ, ଜିଲ୍ଲାପାଳ ଅନୁଗୋଳ, ଏସ୍ପି ଅନୁଗୋଳ, ଆରଡିସି, ଡିଆଇଜି, ଡିଜି ଓଡିଶା, ଗେଲ ସିଏମ୍ଡି, ଏଫସିଆଇ ସିଏମ୍ଡି, ଏମସିଏଲ ସିଏମ୍ଡି ଏବଂ ବିଜେଡି ଓ ବିଜେପିର ନେତୃବୃନ୍ଦ ପରେ ଏକ ସାଧାରଣ ସଭାରେ ଉପସ୍ଥିତ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେଲେ ।

error: Thank You Keep Visiting