ରୌଦ୍ରତାପ ଯୋଗୁଁ ୩୦ ପର୍ଯ୍ୟନ୍ତ ଶ୍ରମିକଙ୍କ କାର୍ଯ୍ୟ ଉପରେ କଟକଣା

An Independent Media

ଭୁବନେଶ୍ୱର : ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ୩୦ ତାରିଖ ପର୍ଯ୍ୟନ୍ତ ବାହାରେ ଶ୍ରମିକଙ୍କୁ ଦିନ ୧୧ଟାରୁ ଅପରାହ୍ଣ ୩.୩୦ ପର୍ଯ୍ୟନ୍ତ କାର୍ଯ୍ୟରେ ନଲଗାଇବାକୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଓଡ଼ିଶାରେ ଥିବା ଭାରତ ସରକାରଙ୍କ ବିଭିନ୍ନ ବିଭାଗ, ବେସରକାରୀ ନିଯୁକ୍ତିଦାତା, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରଙ୍କୁ ଏହା ଅବଗତ କରାଯାଇଛି। ଏହି ସମୟରେ ଶ୍ରମିକଙ୍କୁ କାର୍ଯ୍ୟରେ ନଲଗାଇବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟ ନିର୍ଘଣ୍ଟ ପରିବର୍ତ୍ତନ କରିବାକୁ ନିର୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସେବା ସହ ଜଡ଼ିତ କାର୍ଯ୍ୟ ପାଇଁ ନିଯୁକ୍ତିଦାତାମାନେ ଶ୍ରମିକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବେ। ସେମାନଙ୍କ ପାଇଁ ଥଣ୍ଡା ପାନୀୟଜଳ, ସ୍ୱାସ୍ଥ୍ୟସେବା ଓ ଛାୟା ବ୍ୟବସ୍ଥା ସହ ଶ୍ରମିକଙ୍କ ପାଇଁ ଓଆରଏସ ରଖିବାକୁ କୁହାଯାଇଛି। ସମସ୍ତ ଚିକିତ୍ସାଳୟର ଚିକିତ୍ସା ଅଧିକାରୀଙ୍କୁ ରୌଦ୍ରତାପରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

error: Thank You Keep Visiting