ମାଲକାନଗିରି : ଡାଏ ପ୍ରଭାବରେ ୧ହଜାର ପରିବାର ଜଳବନ୍ଦୀ

An Independent Media

ମାଲକାନଗିରି (ଜଗନ୍ନାଥ ପଡିଆମୀ): ମାଲକାନଗିରି ଜିଲ୍ଲା ଡାଏ ପ୍ରଭାବରେ ଜଳମଗ୍ନ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଏହି ଜିଲ୍ଲାରେ ମାଲକାନଗିରି ବ୍ଲକରେ ସର୍ବାଧିକ୨୬୬.୩ ମି.ମି ବର୍ଷା ହୋଇଥିବା ବେଳେ ମାଥିଲିରେ ୧୦୩ମି.ମି, ଖଇରପୁଟ୍ ବ୍ଲକରେ ୮୩ ମି.ମି, କୁଡୁମୁଲୁଗୁମାରେ ୧୩୫.୪ମି.ମି, କାଲିମେଳା ବ୍ଲକରେ ୧୧୮ ମି.ମି, ପଡିଆ ବ୍ଲକ ୧୧୬.୮ ମି.ମି ବର୍ଷା ହୋଇଥିବା ବେଳେ କୋରକୋଣ୍ଡାରେ ରେକର୍ଡ ୪୦୩ ମି.ମି ବର୍ଷା ହୋଇଥିବା ଜଣାପଡିଛି । ଫଳରେ ପ୍ରବଳ ବନ୍ୟା ଯୋଗୁ ଶହ ଶହ ପରିବାର ଜଳବନ୍ଦୀ ହୋଇଛନ୍ତି । ଜିଲ୍ଲାର ମାଲକାନଗିରି ସହର ସମେତ କୋରକୋଣ୍ଡା, କାଲିମେଳା ଓ ମାଲକାନଗିରି ବ୍ଲକ ଜଳ ପ୍ଲାବିତ ହୋଇଛି । ପୋଟୋରୁ, ବାଦାଲି,ଏମ.ଭି ୭ ଓ ମାଲକାନଗିରି ପୈାର ଅଂଚଳରେ ଉଦ୍ଧାର କାର୍ଯ୍ୟ କରାଯିବା ସହ ଶୁଖିଲା ଓ ରନ୍ଧା ଖାଦ୍ୟ ବିତରଣ ହୋଇଛି ।

ଓଡ୍ରାଫ୍ ଟିମ୍ ସମେତ ଅଗ୍ନିଶମ ସେବା ବାହିନୀ ଏମ.ଭି ୭, ଏମ.ଭି ୨, ଚାଲାନଗୁଡା, କାନବାଇ, କାଲିମେଳା ଓ ମାଲକାନଗିରି ମୁଖ୍ୟାଳୟରେ ନିୟୋଜିତ କରାଯାଇଛି । ଜିଲ୍ଲାର କାଲିମେଳା, କୋରକୋଣ୍ଡା ଓ ଚିତ୍ରକୋଣ୍ଡା ବ୍ଲକର ଜନସାଧାରଣ ଘୋର ପ୍ରଭାବିତ ହୋଇଛନ୍ତି । ଏନ୍.ଏଚ୍ ୩୨୬ ର ଏମ.ଭି ୭ ନିକଟରେ ମାଲକାନଗିରି, କାଲିମେଳା ରାସ୍ତା ସମେତ ପୋଟେରୁ କାଲିମେଳା ରାସ୍ତାର କଂଗୁରକୋଣ୍ଡାଠାରେ ବନ୍ୟାଜଳ ମାଡିଯାଇ ସଡକ ଯୋଗାଯୋଗ ବିଚ୍ଛ୍ିନ୍ନ ହୋଇଛି । ସେହିପରି ଏମ.ଭି ୧୧ କୋରକେଣ୍ଡା ଏମ.ଭି ୭ ସଡକ ଯୋଗାଯୋଗ ବ୍ୟାହତ ହୋଇଛି । ମାଲକାନଗିରି ଛତିଶଗଡ ମଧ୍ୟରେ ଚାଲାନଗୁଡା ଠାରେ ରାସ୍ତା ଭାଂଗିଯିବାରୁ ବାହ୍ୟ ଅଂଚଳରୁ ଯୋଗାଯୋଗ ବିଚ୍ଛ୍ିନ୍ନ ହୋଇଛି । କେବଳ ପୋଟେରୁ ଅଂଚଳରେ ୧ ହଜାରରୁ ଅଧିକ ପରିବାର ଜଳବନ୍ଦୀ ହୋଇଛନ୍ତି । ସତୀଗୁଡା କେନାଲରେ ୫୦ଫୁଟର ଘାଇ ହେବା ସହ ନିକଟବର୍ତୀ ·ଷ ଜମି ବାଲିଚରି ଯାଇଛି । ଏମ.ଭି ୭ କେନ୍ଦ୍ରୀୟ ନର୍ସରୀରେ ୭ଶହ ଫୁଟ୍ ପାଚେରୀ ଭୁଶୁଡି ପଡିବା ସହ ଯଦୁଗୁଡା ପର୍ଯ୍ୟଟନସ୍ଥଳୀରେ ଅତଡା ଖସି ଶିଶୁ ଉଦ୍ୟାନ ଓ ଗଛବୃକ୍ଷ ନଷ୍ଟ ହୋଇଛି । ସୈାଭାଗ୍ୟବଶତଃ ସ୍କୁଲ ଛୁଟିଥିବା ହେତୁ୧୧୯ କଲୋନୀ ସ୍କୁଲ ପାଚେରୀ ଭୁଶୁଡି ପଡିବା ସତ୍ୱେ କୈାଣସି ଅଘଟଣା ଘଟିନାହିଁ ।

error: Thank You Keep Visiting