ଜୀବନ ସହ ଚାକିରି ଖାଉଛି ସୁନ୍ଦରୀ! ଆଉ କେତେ ଦିନ?
ଆଠମଲ୍ଲିକ: ସାତକୋଶିଆ ଅଭୟାରଣ୍ୟର କୋର ଜୋନ୍ରୁ ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ରେଞ୍ଜ ହାତୀଧରା ସଂରକ୍ଷିତ ଜଙ୍ଗଲର ବଫରୁ ଜୋନ୍କୁ ଆସି ବାଘୁଣୀ ୧୬ ତାରିଖରୁ ଆଠମଲ୍ଲିକ ରେଞ୍ଜ ହାତୀଧରା ସଂରକ୍ଷିତ ଜଙ୍ଗଲକୁ ପ୍ରବେଶ କରିଥିଲା । ଏହି ଜଙ୍ଗଲ କମ୍ପାଟ୍ମେଣ୍ଟ ନଂ ୪୯ ରୁ ପର୍ଯ୍ୟାୟକ୍ରମେ ୪୩ କମ୍ପାଟମେଣ୍ଟ ନିକଟସ୍ଥ ଗ୍ରାମ ରଙ୍ଗପୁର ଜଙ୍ଗଲ ଅଞ୍ଚଳରେ ୧୭ ତାରିଖ ପୂର୍ବରାତିରେ ଏକ ଗାଈ ଶିକାର କରି ସକାଳେ ମଢକୁ ଏକ ବୁଦା ମୂଳକୁ ନେଇ ୪ ଦିନ କାଳ ଖାଇଥିଲା । ବାଘୁଣୀକୁ ଘଉଡାଇବା ପାଇଁ ବନ ବିଭାଗ ତରଫରୁ ପ୍ରବଳ ଚେଷ୍ଟା ପରେ ୨୦ ତାରିଖ ସନ୍ଧ୍ୟାରେ ବାଘୁଣୀ ସେଠାରୁ ପ୍ରସ୍ଥାନ କରି ଯେଉଁବାଟ ଦେଇ ଆସିଥିଲା ସେହି ବାଟରେ ଯାଇ ପୁଣି ସେହି ୪୯ନଂ କମ୍ପାଟ୍ମେଣ୍ଟରେ ପହଞ୍ôଚ ବିଚରଣ କରୁଥିବା ବେଳେ ଅଚାନକ ଦିଗ ପରିବର୍ତ୍ତନ କରି ଶନିବାର ପଦ୍ମପୋଖରୀ ଗ୍ରାମର ନିକଟବର୍ତ୍ତୀ ହାତୀଧରା ସଂରକ୍ଷିତ ଜଙ୍ଗଲରେ ରହିଥିବା ବେଳେ ରବିବାର ବାଘୁଣୀ ଯଦୁପୁର ଗ୍ରାମର ନିକଟବର୍ତ୍ତୀ ଜଙ୍ଗଲରେ ୨୦ ଘଣ୍ଟା ଧରି ବର୍ତ୍ତମାନ ସେହି ୪୯ ନଂ କମ୍ପାଟମେଣ୍ଟରେ ରହିଛି ବୋଲି ଡିଏଫଓ ସମ୍ୟକ ସାମନ୍ତରା ସୂଚନା ଦେଇଛନ୍ତି । ୭ ଦିନ ଧରି ବାଘୁଣୀ ଆଠମଲ୍ଲିକ ରେଞ୍ଜର ହାତୀଧରା ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଛାଡୁ ନଥିବାରୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଭୟର ବାତାବରଣ ଲାଗି ରହିଛି ।