ମୁଁ ବିଜେପିରେ ମିଶିବା ଏକ ଗୁଜବ:ନରଗପାଳ

An Independent Media

ତାଳଚେର: ତାଳଚେର ସାରକାରଖାନାର ଶିଳାନ୍ୟାସ ଉତ୍ସବକୁ ଉଦ୍ଘାଟନ କରିବାକୁ ଆସିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ସାଉଥବଲଣ୍ଡା ଷ୍ଟାଡିୟମରେ ସ୍ୱାଗତ କରିବା ପାଇଁ ମାନ୍ୟବର ରାଜ୍ୟପାଳ ମୋହଦୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସହିତ ତାଳଚେର ନଗରପାଳ ପବିତ୍ର ଭୂତିଆ ଉପସ୍ଥିତ ଥିଲେ । ପବିତ୍ର ଭୁତିଆ କିପରି ସେଠାକୁ ଗଲେ ସେଥିପାଇଁ ନାନା ପ୍ରକାର ଆଲୋଚନା । ଜିଲ୍ଲାପାଳ କାର୍ଯ୍ୟାଳୟରୁ ଅନୁମତି ଆସିଥିଲା । ଆମ ପ୍ରତିନିଧିଙ୍କ ନଗରପାଳଙ୍କ ସହିତ ଆଲୋଚନା ସମୟରେ ଶ୍ରୀ ଭୁତିଆ କହିଲେ ମୁଁ ବିଜେଡିରେ ଅଛି, ରହିବି । ରାଜନୀତି ନ କଲେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିବି । ମୋ ବିରୋଧୀ ମାନେ ଏପରି ମୋ ବିଷୟରେ ଆଲୋଚନା ବା ପ୍ରଚାର କରୁଛନ୍ତି, ମୁଁ ବିଜେପିରେ ମିଶିବା ଏକ ଗୁଜବ ।

error: Thank You Keep Visiting