ଦୋଷ ଲୁଚାଇବା ପାଇଁ ବଦଳି ଗଲା କୁନ୍ଦୁଲି ଘଟଣାକ୍ରମ:ଦାମ ରାଉତ

An Independent Media

ଭୁବନେଶ୍ୱର: ପୁଣି ରାଜ୍ୟରେ ମୁଣ୍ଡ ଟେକିଲା ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗ । ଏହି ମାମଲାରେ ·ଂଚଲ୍ୟକର ତଥ୍ୟ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବହିଷ୍କୃତ ବିଜେଡି ବିଧାୟକ ଶ୍ରୀ ଦାମୋଦର ରାଉତ । ଯାହାକୁ ନେଇ ଶାସକ ଦଳର କିଛି ତୁଙ୍ଗ ନେତାଙ୍କ ମନରେ ଛନକା ପଶିଛି । ଏହି ମାମଲାକୁ ଚାପିବା ପାଇଁ ତଥା ଦୋଷୀକୁ ଘୋଡାଇବା ଉଦ୍ୟମ ପାଣି ଫୋଟକା ପାଲଟିଯିବାର ଆଶଙ୍କ ସୃଷ୍ଟି ହୋଇଛି । ଶ୍ରୀ ରାଉତ କହିଛନ୍ତି ଯେ ଖୋଦ ପୀଡିତା ତାଙ୍କୁ ୩ଜଣ ଯବାନ ଦୁଷ୍କର୍ମ କରିଥିବା କହିଥିଲେ ।

ଏହା ସହ ବିଜେଡି ଏସସି ସେଲ୍ ଅଧ୍ୟକ୍ଷ ତଥା ଦାମଙ୍କ ପାରମ୍ପରିକ ବିରୋଧୀ ବିଷ୍ଣୁ ଦାସ ମଧ୍ୟ ଦୁଷ୍କର୍ମ ହୋଇଥିବା କହିଥିଲେ । କିନ୍ତୁ ତାମିଲ କନେଷ୍ଟବଳଙ୍କ ଦୋଷ ଲୁ·ଇବା ପାଇଁ ଘଟଣାକୁ ବଦଳା ଯାଇଥିଲା । ପୂର୍ବରୁ ପୀଡିତାଙ୍କ ପୋଷାକରୁ ସିମେନ୍ ଥିବା ଜଣା ପଡିଥିଲା । ହେଲେ ପରବର୍ତୀ ସମୟରେ ଆଉ ଏକ ପୋଷାକ ପରୀକ୍ଷା ପାଇଁ ପଠାଗଲା । କେଉଁ ଦେଶରେ ଏପରି ହୁଏ ବୋଲି ଦାମ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ କି, କୁନ୍ଦୁଲି ଆଦିବାସୀ ନାବାଳିକା ବଜାରରୁ ଘରକୁ ଫେରୁଥିବା ସମୟରେ କିଛି ଯବାନ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠିଥିଲା । ରାଜ୍ୟ ସରକାର ଦୋଷୀକୁ ଜାଣିଶୁଣି ଘଣ୍ଟ ଘୋଡାଉଥିବା ବିରୋଧୀ ହୁଲୁସ୍ତୁଲ କରିଥିଲେ । କିନ୍ତୁ ଶେଷରେ ପୀଡିତା ଦୁଷ୍କର୍ମର ଶିକାର ହୋଇ ନଥିବା ମେଡିକାଲ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହା ସହ ଅତ୍ୟଧିକ ମାନସିକ ·ପରେ ଆତ୍ମହତ୍ୟା କରିଥିଲେ ପୀଡିତା ଯାହାକୁ ନେଇ ସ୍ୱାଭାବିକ ଭାବେ ଏତେ ଦିନ ଦରି ମେଡିକାଲରେ ପୀଡିତାଙ୍କର କଣ ଚିକିତ୍ସା କରାଯାଉଥିଲା ପ୍ରଶ୍ନ ଉଠିଥିଲା ।
ଏବେ ଦାମଙ୍କ ମନ୍ତବ୍ୟ ପରେ ବିଜେଡି ଶିବିରରେ ଝଡ ସୃଷ୍ଟି ହୋଇଛି । ଦାମଙ୍କ ତଥ୍ୟ ଯଦି ସତ ହୋଇଥାଏ ତେବେ କାହିଁକି ତାମିଲ କନେଷ୍ଟବଳଙ୍କ ପ୍ରତି ରାଜ୍ୟ ସରକାର ଏତେ ଅନୁକମ୍ପା ଦେଖାଇଥିଲେ ତାକୁ ନେଇ ଖୋଦ୍ ବିଜେଡି ନେତା ମଧ୍ୟ ଚୁପ୍ । ତେବେ ଦାମଙ୍କ ତଥାକଥିତ ତାମିଲ୍ ଗଡ ଫାଦରଙ୍କ ଜାଣତରେ ଯଦି ଏପରି ହୋଇଥାଏ ତେବେ ରାଜ୍ୟରେ ଗଣତନ୍ତ୍ର ନାହିଁ ବୋଲି ସାଧାରଣ ଜନତା କହିବାକୁ ଆରମ୍ଭ କଲେଣି ।

error: Thank You Keep Visiting