ନବୀନଙ୍କ ଅହଂକାର ପାଇଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ବିଶୃଙ୍ଖଳିତ:ନିରଞ୍ଜନ

An Independent Media

ଭୁବନେଶ୍ୱର: ନବୀନଙ୍କ ଅହଂକାର ପାଇଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ଏବେ ବିଶୃଙ୍ଖଳିତ । ୨୮ ଦିନ ହେଲା କୋର୍ଟ୍ ବନ୍ଦ ପରେ ବି ଆଲୋଚନା କରୁନାହାନ୍ତି ନବୀନ । ଆଜି ଓକିଲ ଆନ୍ଦୋଳନ ଉପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି କି, ନବୀନଙ୍କ ଅହଂକାର ପାଇଁ ରାଜ୍ୟରେ ନ୍ୟାୟିକ ବ୍ୟବସ୍ଥା ବିଶୃଙ୍ଖଳିତ ହୋଇପଡିଛି । ୨୮ ଦିନ ହେଲା କୋର୍ଟ ବନ୍ଦ ରହିଛି । ଓକିଲମାନଙ୍କ ଆନ୍ଦୋଳନ କରୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରୁନାହାନ୍ତି । ଏହି ଘଟଣାରେ ସେ ଚିନ୍ତା ପ୍ରକଟ କରିଛନ୍ତି । ଏହା ସହ ଜଣେ ନେତାଙ୍କ ଏପରି ବ୍ୟବହାର କଣ ଉଚିତ୍ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ କି, ଗତ ମାସରେ କଟକରେ ଜଣେ ଆଇନଜୀବୀଙ୍କୁ ମାଡ ମାରିବା ଘଟଣାରେ ପୋଲିସ ଏବଂ ଓକିଲ ମୁହାଁମୁହିଁ ହୋଇଥିଲେ । ମାଡ ମାରିଥିବା ପୋଲିସଙ୍କ ବିରୋଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ତେବେ ସମ୍ପୃକ୍ତ ପୋଲିସ କର୍ମୀଙ୍କୁ ନିଳମ୍ବନ କରାଯାଇଥିଲା । କିନ୍ତୁ ସେମାନଙ୍କୁ ଗିରଫ ଦାବିରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

error: Thank You Keep Visiting