ନବୀନ ସରକାର ଓଡିଆଙ୍କୁ ତାଙ୍କ ହକରୁ ବଞ୍ଚିତ କରୁଛି:କାଳନ୍ଦୀ ସାମଲ

Straight to the Point

ଅନୁଗୁଳ: ଡାକ୍ତର ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ରହିଥିବା ବେଳେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରୋଗୀଙ୍କ ପାଇଁ ମହାକାଳ ଫଳ ସଦୃଶ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶ୍ରୀ ସାମଲ କହିଛନ୍ତି ଯେ ଅନୁଗୁଳ ଜିଲ୍ଲାର ବଅଁରପାଳ ମେଡିକାଲରେ ସାଇକେଲ ପମ୍ପରେ ଅପରେସନ କରିବାର ଖବର ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ସେହିପରି ଡିବିରି ଓ ଟର୍ଚ ଲାଇଟରେ ବିଭିନ୍ନ ସ୍ଥାନରେ ଅପରେସନ ହେଉଥିବା ଖବର ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି ।

ତେଣୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ଲୋକମାନେ କେତେ ଲାଭ ପାଇବେ ତାହା ସହଜରେ ବୁଝା ପଡୁଛି ବୋଲି ସେ କହିଛନ୍ତି । ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ ପାଇଁ ଆଗାମୀ ୩୦ ସେପ୍ଟମ୍ବରରୁ ୭ ତାରିଖ ଯାଏ ଜାଗରଣ ଅଭିଯାନ କ୍ରମରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲରେ ୨ ହଜାର ସ୍ଥାନରେ ପଥ ପ୍ରାନ୍ତ ସଭା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସମୟ ମଧ୍ୟରେ ୫ ଲକ୍ଷ ଦସ୍ତଖତ ସଂଗ୍ରହ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ ନବୀନ ସରକାର କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ସାମିଲ ନ କରି ଓଡିଆ ଲୋକଙ୍କୁ ତାଙ୍କ ହକରୁ ବଞ୍ଚିତ କରୁଛି । ସେ କହିଛନ୍ତି ଯେ ଗୁରୁତର ରୋଗରେ ଦେଶରେ କେହି ବି ଗରିବ ଲୋକ ପୀଡ଼ିତ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୋଦି ସରକାର ଆରମ୍ଭ କରିଛନ୍ତି ଆୟୁଷ୍କାନ ଭାରତ ଯୋଜନା । ଏହି ଯୋଜନାରେ ସାରା ଦେଶରେ ସରକାରୀ ଓ ବେସରକାରୀ ଡ଼ାକ୍ତରଖାନାମାନଙ୍କରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟକାରୀ ହୋଇଛି ଯୋଜନା ।

ମାତ୍ର ଓଡ଼ିଆଙ୍କୁ ସାରା ଦେଶରେ ମୋଦି ଯୋଗାଉଥିବା ମାଗଣା ସ୍ୱାସ୍ଥ୍ୟସେବା ସାମ୍ନାରେ ବିଜେଡ଼ି ସରକାର ସାଜିଛି କଣ୍ଟା ଲୋକଙ୍କୁ ସଠିକ୍ ଯାଗାରେ ବିନା ମୂଲ୍ୟରେ ମୋଦିଙ୍କ ସ୍ୱାସ୍ଥ୍ୟସେବା ଯୋଜନାରେ ଓଡ଼ିଆ ଲୋକଙ୍କୁ ସୁବିଧା ଯୋଗାଇ ନଦେବା ପାଇଁ ନବୀନ ସରକାର ସାଜିଛନ୍ତି କଣ୍ଟା ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରୁଦ୍ର ନାରାୟଣ ପାଣି, ଢେଙ୍କାନାଳ ଜିଲ୍ଲା ସଭାପତି ବିଭୁତି ପ୍ରଧାନ, ଭାଗିରଥୀ ପ୍ରଧାନ ମୀନକେତନ ଅମାନ୍ତ, ଦିଲେଶ୍ୱର ପ୍ରଧାନ, ପ୍ରତାପ ପ୍ରଧାନ, ସୋମନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting