ଜିଏସଟି ଲାଗୁ ହେବା ପରେ ଓଡିଶାର ରାଜସ୍ୱ ବୃଦ୍ଧି ହୋଇଛି : ଅର୍ଥମନ୍ତ୍ରୀ

An Independent Media

ଭୁବନେଶ୍ୱର: ଜିଏସଟି ପରିଷଦ ବୈଠକ ପରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା ପ୍ରକାଶ କରିଛନ୍ତି ଯେ, ସେ କହିଛନ୍ତି ଯେ, ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ହେବା ପରେ ଓଡିଶାରେ ରାଜସ୍ୱ କ୍ଷତିର ପରିମାଣକୁ ହ୍ରାସ କରାଯାଇଛି । ଏହା ସହିତ ରାଜ୍ୟର ଆୟ କମିଛି । ରାଜସ୍ୱ କ୍ଷତି ପୂର୍ବରୁ ୩୧ ପ୍ରତିଶ୍ରତ ହେଉଥିବାବେଳେ ଜିଏସଟି ପରେ ୨୪ ପ୍ରତିଶତ କ୍ଷତି ହେଉଛି । ଅର୍ଥାତ୍ ରାଜସ୍ୱ କ୍ଷତି ୭ ପ୍ରତିଶତ କମିଯାଇଛି । ଏହାକୁ ଆହୁରି ହ୍ରାସ କରିବାପାଇଁ ସରକାର ଉଦ୍ୟମ କରୁଛନ୍ତି । ଖଣିରୁ ୫ ପ୍ରତିଶତ ରାଜସ୍ୱ ଆସୁଥିବାବେଳେ ଏବେ ତାହା ହ୍ରାସ ପାଇଛି । ପ୍ରବେଶ ଶୁଳ୍କ ମଧ୍ୟ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

ନୂଆଦିଲ୍ଲୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ବୈଠକରେ ଭୁବନେଶ୍ୱର ଏନଆଇସିରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଅର୍ଥମନ୍ତ୍ରୀ ତଥା ଜିଏସଟି କାଉନସିଲର ସଦସ୍ୟ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିଥିଲେ । ଅର୍ଥମନ୍ତ୍ରୀ କହିଛନ୍ତି ୫ ବର୍ଷ ପାଇଁ କ୍ଷତିପୂରଣ ଦେବାକୁ ନିର୍ଦ୍ଧାରିତ ହୋଇଛି । ଓଡ଼ିଶା ଏକ ଖାଉଟି ରାଜ୍ୟ ହୋଇଥିବାରୁ କ୍ଷତି ଭରଣା ପାଇଁ ପରିଷଦକୁ ଜଣାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହି ଭିଡ଼ିଓ କନ୍ଫରେନ୍ସିଂରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଅର୍ଥ) ତୁହିନକାନ୍ତ ପାଣ୍ଡେ, କମିଶନର ଅଫ୍ କମର୍ସିଆଲ ଟ୍ୟାକ୍ସ ଏବଂ ଜିଏସଟି ଶାଶ୍ୱତ ମିଶ୍ରଙ୍କ ସମେତ ଅର୍ଥ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ ଏହି ବୈଠକରେ ଯୋଗଦେଇଥିଲେ ।

error: Thank You Keep Visiting