ସୁଧୁରିଯିବା ପାଇଁ ଏବେ ବି ସମୟ ଅଛି ନବୀନ ବାବୁ:ଉମେଶ ସ୍ୱାଇଁ

An Independent Media

ଭୁବନେଶ୍ୱର: ଡକ୍ଟର ଦାମୋଦର ରାଉତଙ୍କ ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ଦଳର କାର୍ଯ୍ୟକାରିତା ଉପରେ ଉଦବେଗ ପ୍ରକାଶ କରିଛନ୍ତି । କିଛି ଲଫଙ୍ଗା ଟୋକା ବିଜେଡିକୁ ବିଗାଡୁଛନ୍ତି । ଦଳର ସୁପ୍ରିମୋ ନବୀନ ବାବୁ ସେମାନଙ୍କଠାରୁ ଦୂରେଇ ରହିବା ଉଚିତ । ସୁଧୁରିଯିବା ପାଇଁ ଏବେ ବି ସମୟ ଅଛି ବୋଲି ଶ୍ରୀ ସ୍ୱାଇଁ କହିଥିଲେ । ପାର୍ଟି ଯେଭଳି ଭାବରେ ଚାଲିବା କଥା ସେଭଳି ଭାବେ ଚାଲିନାହିଁ । ଦଳରୁ କାହାରିକୁ ବିଦା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଦାମଙ୍କ ପରି ବିଷ ଓଗାଳିଛନ୍ତି ଶ୍ରୀ ସ୍ୱାଇଁ । ପୂର୍ବତନ ବିଧାୟକ ରମେଶ କହିଛନ୍ତି ଯେ, କିଛି ଲଫଙ୍ଗା ଟୋକା ବିଜେଡ଼ିରେ ରହିଛନ୍ତି, ଯାହାକି ଦଳକୁ ବିଗାଡ଼ୁଛନ୍ତି । ନବୀନ ବାବୁ ସେମାନଙ୍କ ପ୍ରତି ସତର୍କ ରହିବା ସହ ଦୂରେଇ ରହିବା ଉଚିତ । ସେମାନେ ମଙ୍ଗଳକର ନୁହଁନ୍ତି । ଦଳକୁ ଭାଙ୍ଗିବା ପାଇଁ ସେମାନଙ୍କର ଉଦ୍ଦେଶ୍ୟ ରହିଛି । ନିଜର ସ୍ୱାର୍ଥ ଓ ଆଧିପତ୍ୟ ବିସ୍ତାର କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି । ଏହିଭଳି ଅନେକ ଜିନିଷ ଦଳ ଭିତରେ ଘଟୁଥିଲେ ହେଁ ନବୀନ ବାବୁ ତାହା ଜାଣି ପାରୁନାହାନ୍ତି ।

error: Thank You Keep Visiting