ମହାପ୍ରବନ୍ଧକଙ୍କ ଘମଣ୍ଡ ନିତି ଯୋଗୁ ତାଳଚେର କୋଇଲା ଖଣି ବନ୍ଦ

An Independent Media

ଅନୁଗୋଳ : ଏମସିଏଲ ତାଳଚେର କ୍ଷେତ୍ରର ତାଳଚେର କୋଇଲା ଖଣି ଏକ ଅଣ୍ଡରଗ୍ରାଉଣ୍ଡ ଖଣି, ବହୁ ପୁରାତନ ଉଚ୍ଚମାନର କୋଇଲା ପାଇଁ ବିଶ୍ୱ କୋଇଲା ବଜାରରେ ସୁନାମ ଅଛି । ଅନ୍ୟାନ୍ୟ କୋଇଲା ଖଣି ଠାରୁ ପ୍ରଦୂଷଣରେ କମ୍ । ଗତ ଫେବୃୟାରୀ ୨୦୧୮ ମସିହାରୁ ତାଳଚେର କ୍ଷେତ୍ରର ସେହି ସମୟର ପ୍ରବନ୍ଧକ ବନ୍ଦ କରିଥିଲେ, ନା ମନ୍ତ୍ରଣାଳୟର ନିର୍ଦ୍ଦେଶ ନା ଏମ୍ସିଏଲ ସିଏମ୍ଡିଙ୍କର ଦ୍ୱାରା ବନ୍ଦ ହୋଇଥିଲା । ତାଳଚେର କୋଇଲା ଖଣି ବନ୍ଦ ସମୟରେ ଦୈନିକ ୩୦୦ ମେଟ୍ରିକ୍ ଟନ୍ କୋଇଲା ଉତ୍ପାଦନ କରୁଥିଲା ଯାହାକି ବର୍ତ୍ତମାନ ନନ୍ଦିର ଅଣ୍ଡରଗ୍ରାଉଣ୍ଡ କୋଇଲା ଖଣି କରୁଛି । ଏହି କୋଇଲା ଖଣି ବନ୍ଦ ହେବା ଯୋଗୁଁ ଶହ ଶହ ଠିକାଦାରଙ୍କ ରୋଜଗାର ଠପ୍ ଓ ଡେରା କଲୋନୀରେ ଥିବା ଶହ ଶହ ଦୋକାନର ବ୍ୟବସାୟ ପ୍ରଭାବିତ ହୋଇଛି । କୋଇଲା ମନ୍ତ୍ରାଳୟ ସ୍ୱତନ୍ତ୍ର ଭାବରେ ତଦନ୍ତକଲେ ପୁଣି ତାଳଚେର କୋଇଲା ଖଣିରେ କୋଇଲା ଉତ୍ପାଦନ ହୋଇ ପାରିବ ।

error: Thank You Keep Visiting