ହିଂସ୍ର ପାଲଟିଛି ପ୍ରଶାସକ;ସାମ୍ବାଦିକଙ୍କ ଉପରେ ପୋଲିସର ଲାଠି ଚାର୍ଜ

An Independent Media

ଓଡ଼ିଶା ଜର୍ଣ୍ଣାଲ: ଓଡ଼ିଶାରେ କିଛି ଦିନ ହେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି । ଆଉ ଚୁପ୍ ବସିଛି ପ୍ରଶାସନ । କାର୍ଯ୍ୟରତ ସାମ୍ବାଦିକ କେଉଁଠି ପୋଲିସ୍ ତ ଆଉ କେଉଁଠି ରାଜନେତା ଉଦ୍ଦେଶ୍ୟମୂଳକ ଭାବେ କରୁଛନ୍ତି ଆକ୍ରମଣ । ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁମାନେ ନିସ୍ୱାର୍ଥପର ହୋଇ ସାଧାରଣ ଜନତାଙ୍କ ସୁଖ ଓ ଦୁଃଖର ଭାଗିଦାରୀ ହୋଇ ସମସ୍ତ ସମସ୍ୟାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ଆଜି ଆକ୍ରମଣ ପରେ ଆକ୍ରମଣ କରାଯାଉଛି । ଆଜି ପୁଣି ପୁରୀରେ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି ।

ସୂଚନାନୁସାରେ ପୁରୀ ବଡଦାଣ୍ଡରେ ଥିବା ଗ୍ରାଣ୍ଡ ମୋଟର୍ସ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ ନିମ୍ନମାନର ତେଲ ନେଇ ସ୍ଥାନୀୟ ଲୋକ ଭଙ୍ଗାରୁଜା କରିଥିଲେ । ଫଳରେ ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ଉତ୍ତେଜିତ ଲୋକଙ୍କ ଉପରକୁ ହଠାତ ଲାଠି ଚାଳନା କରିଥିଲା । ଏହାସହ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ପୋଲିସ ଛାଡିନଥିଲା । ସାମ୍ବାଦିକ ବୋଲି ପରିଚୟ ପତ୍ର ଦେଖାଇଥିଲେ ବି ପୋଲିସ ନ ଶୁଣି ସେମାନଙ୍କ ଉପରେ ଳାଠି ଚାଳନା କରିଥିଲା । ପୋଲିସର ଲାଠି ଚାର୍ଜରେ ୪ ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ତେବେ ସାମ୍ବାଦିକଙ୍କୁ ମାଡ ମାରିବା ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି ସାର୍ଥକ ଷଡଙ୍ଗୀ । ଘଟଣାର ସିସିଟିଭି ଭିଜୁଆଲ ଯାଞ୍ଚ କରାଯାଉଥିବା ଏସପି ସୂଚନା ଦେଇଛନ୍ତି ।

error: Thank You Keep Visiting