ବଦଳୁଛି ବଡଚଣା ବିଜେଡି ରାଜନୀତି ସମୀକରଣ,ହଟିବେ ଅମର ଆସିବେ ନୂଆ ମୁହଁ!

An Independent Media

ଚଣ୍ଡିଖୋଲ: ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉପରେ ହାଇକମାଣ୍ଡ ଖପ୍ପା । ଏହି କ୍ରମରେ ଚଳିତଥର ଶ୍ରୀ ଶତପଥୀ ପ୍ରାର୍ଥୀ ହେବେ କି ନାହିଁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏପରିକି ବଡଚଣା ବିଧାୟକଙ୍କର ଗ୍ୟାଙ୍ଗଷ୍ଟାର ଟିଟୋ ସହ ସମ୍ପର୍କ ରହିଥିବା ନେଇ ଅଭିଯୋଗ କରିଥିଲା ସ୍ଥାନୀୟ କଂଗ୍ରେସ । କେବଳ ସେତିକି ନୁହେଁ କଂଗ୍ରେସ ପକ୍ଷରୁ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କୁ ସାକ୍ଷାତ କରିବା ସହ ଚଣ୍ଡିଖୋଲଠାରେ ମଧ୍ୟ ପ୍ରତିବାଦ ସମାବେଶ କରାଯାଇଥିଲା । ଏହି ଖବର ହାଇକମାଣ୍ଡଙ୍କ ପାଖରେ ପହଁଚିବା ପରେ ବିଧାୟକଙ୍କ ଉପରେ ଏବେ ବିଜେଡି ଖପ୍ପା ।

ତାଙ୍କ ସ୍ଥାନରେ ଜଣେ ନବାଗତ ଲୋକଙ୍କୁ ଦଳ ଏଠାରେ ପ୍ରାର୍ଥୀ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏ ସବୁ ମଧ୍ୟରେ ଜଣେ ସାମ୍ବାଦିକଙ୍କ ନାମ ବିଶେଷ ଚର୍ଚ୍ଚାରେ ରହିଛି । ଏପରିକି ତାଙ୍କୁ ଶତପଥୀଙ୍କ ଏରିଆରେ ସଙ୍ଗଠନ କରିବା ପାଇଁ ହାଇକମାଣ୍ଡ ସବୁଜ ସଙ୍କେତ ଦେଇଥିବା କଥା ବିଶେଷ ସୁତ୍ରରୁ ଜଣାପଡିଛି । ଅମରଙ୍କ ବିରୋଧରେ ଅଭିଯୋଗ ପରେ ତାଙ୍କ ବିରୋଧରେ ଏବେ ନିଜ ଦଳରେ ମଧ୍ୟ ମେଳି ଆରମ୍ଭ ହୋଇଯାଇଛି । ଏପରିକି ପରସ୍ପର ସାମ୍ବାଦିକ ସମ୍ମିଳନୀ ନାଁରେ ନିଜର କଲାକର୍ମକୁ ଖୋଲାରେ ପ୍ରକାଶ କରିବାରେ ଲାଗିଲେଣୀ ।

ଗୋଟିଏ ପଟେ ଟିଟୋ ଲିଙ୍କ୍ ନେଇ କଂଗ୍ରେସ ଓ ବିଜେପି ବିଧାୟକଙ୍କୁ ଘେରୁଥିବାବେଳେ ଏବେ ନିଜ ଦଳରେ ମଧ୍ୟ କର୍ମୀମାନେ ଖୋଲାଖୋଲି ବିରୋଧ କରିବା ସହ ଏଠାରେ ନୂଆ ପ୍ରାର୍ଥୀ ଦେବାକୁ ସେମାନେ ହାଇକମାଣ୍ଡଙ୍କ ନିକଟରେ ଦାବି କରିବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଲେଣୀ । ଗୋଟିଏ ପଟେ ବଡଚଣା ବିଜେଡିରେ ଫାଟ, ଅନ୍ୟପଟେ ବିଜେପିର ସଙ୍ଗଠନ ବୃଦ୍ଧି ଏବଂ ଅନ୍ୟପଟେ କଂଗ୍ରେସରେ ସକ୍ରିୟତାକୁ ନେଇ ଏବେ ବଡଚଣା ରାଜନୀତି ନୂଆ ସମୀକରଣ ଆଡେ ଯାଉଥିବା ନେଇ ସାଧାରଣରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହେଉଛି ।

error: Thank You Keep Visiting