ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା

Straight to the Point

ଭୁବନେଶ୍ୱର: ଦଳୀୟ ପ୍ରାର୍ଥୀ ସେମାନଙ୍କ ପଦ ଓ କ୍ଷମତାକୁ ନେଇ ସର୍ବଦା ଅସନ୍ତୁଷ୍ଟ ରହୁଥିବା ଚର୍ଚ୍ଚା ହୋଇଥାଏ । ଆଜି ପୁଣି କଂଗ୍ରେସ ଦଳର ମୁଖିଆଙ୍କ ପାଇଁ ପୁଣି ବଢ଼ିିଲା ଅଡ଼ୁଆ । ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ତେବେ ଦଳ ନୁହେଁ କିନ୍ତୁ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି । କାରଣ ଗତ କିଛି ମାସ ତଳେ ହାଇକମାଣ୍ଡଙ୍କୁ ଫେରାଦ ହେବା ପରେ ତାଙ୍କୁ ପିସିସି ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତ କରିଥିଲେ । ହେଲେ ସାଧାରଣ ସମ୍ପାଦକ ପଦବୀ ଅପେକ୍ଷା ଜାତୀୟସ୍ତରର ଏସ୍-ସି ସେଲରେ ପଦବୀ ପାଇଁ ଆଶା କରୁଥିଲେ କୃଷ୍ଣଚନ୍ଦ୍ର । ଏବଂ ସାଧାରଣ ସମ୍ପାଦକ ପଦବୀ ପାଇ ଖୁସି ନଥିବା ଚର୍ଚ୍ଚା ମଧ୍ୟ ହେଉଥିଲା । ଯାହାକି ସେହି ପଦରୁ ବିଧିବଦ୍ଧ ଭାବେ କୃଷ୍ଣଚନ୍ଦ୍ର ସଗରିଆ ଇସ୍ତଫା ଦେବା ପରେ ଏହା ସ୍ପଷ୍ଟ ହୋଇଛି ।

error: Thank You Keep Visiting