୧୩ ବର୍ଷ ହେଲା ଜିଲ୍ଲାରେ ଚାଲିଛି ଗଞ୍ଜେଇ ଚାଷ

Straight to the Point

ଅନୁଗୋଳ: ଗଞ୍ଜେଇ ଚାଷ ବନ୍ଦ କରିବା ନିମନ୍ତେ ରାଜସ୍ୱ ଅବକାରୀ, ପୁଲିସ୍ ଓ ବିଭାଗର ମିଳିତ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମେନ୍ତ ଜିଲ୍ଲାପାଳ ଅନିଲ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ୱୟର କମିଟି ହୋଇଛି । ଗଞ୍ଜେଇ ଚାରା ଲଗା ଯାଇଥିବା ଅଂଚଳରେ ଚଢାଉ କରି ନଷ୍ଟ କରିବା ସହ ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜେଇ ଚାଷରୁ ନିବୃତ୍ତ ରହି ବିକଳ୍ପ ପନ୍ଥା ଅନୁସରଣ କରିବା ନିମନ୍ତେ ଜନସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଥିଲେ । ଅବକାରୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ନାୟକ ବୈଠକରେ ଆଭିମୁଖ୍ୟ କହିଥିଲେ ।

ଦୀର୍ଘ ୧୩ ବର୍ଷ ଧରି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ବେଆଇନ୍ ଗଞ୍ଜେଇ ଚାଷ ଚାଲିଛି । ୨୦୧୭-୧୮ ରେ ୧୪ଟି ଚଢାଉ କରାଯାଇ ୫୫ ଏକର ଜାଗାରେ ଚାଷ ହୋଇଥିବା ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ବନ ବିଭାଗ ଓ ପୁଲିସ୍ ବିଭାଗକୁ ନେଇ ଅବକାରୀ ବିଭାଗ ନିୟମିତ ଚଢଉ ଜାରି ରଖିଛି । ବୈଠକରେ ଅତିରିକ୍ତ ଏସ୍.ପି ଯଦୁନାଥ ହାଁସଦା, ଏଡିଏମ୍ ତପନ ଶତପଥୀ, ପିଡି ଡିଆରଡିଏ ଅତୁଲ୍ୟ ଚମ୍ପତିରାୟ, ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ତାଳଚେର ଉପଜିଲଲାପାଳ ପରେଶ ଚନ୍ଦ୍ର ନାୟକ, ଆଠମଲ୍ଲିକ ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରାୟ, ଡେପୁଟି କଲେକ୍ଟର ବଇତୁରା ଦୀପଙ୍କ ସମେତ ବନ ବିଭାଗ ଓ ଅବକାରୀ ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

error: Thank You Keep Visiting