ଦୁର୍ନିତୀକୁ ଲୁଚାଇବା ପାଇଁ ୧କୋଟି ଲାଞ୍ଚ ଯାଚିଥିଲେ ‘ବାବୁ’: ଦାମ

Straight to the Point

କଟକ: କଟକ ମାହାଙ୍ଗା ନୃତ୍ୟାଙ୍ଗରେ ଅନୁଷ୍ଠିତ ଏକ ଜନସଭାରେ ଯୋଗ ଦେଇ ପୁଣି ଥରେ ପରୋକ୍ଷ ଓ ପ୍ରତ୍ୟକ୍ଷରେ ରାଜ୍ୟ ସରକାରଙ୍କୁ ସମାଲଚନା କରିଛନ୍ତି । ଏହସହ ଚାରା ଓ ସାର ଦୁର୍ନୀତିରେ “ବାବୁ’ଙ୍କ ସମ୍ପୃକ୍ତି ନେଇ ପେଡ଼ି ଖୋଲିଛନ୍ତି ଶ୍ରୀ ରାଉତ । ଦୁର୍ନିତୀକୁ ଚାପିବା ପାଇଁ ତାଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିବା ନେଇ ସେ ଏହି ଜନସଭାରେ ସ୍ୱୀକାର କରିଛନ୍ତି । ଦାମ କହିଛନ୍ତି ଯେ ନିଲମ୍ବିତ ଅଧିକାରୀ “ବାବୁ’ଙ୍କ ଜରିଆରେ ଦୁର୍ନୀତିକୁ ଚାପିବା ପାଇଁ ତାଙ୍କୁ ୧ କୋଟି ଟଙ୍କା ଲାଞ୍ଚ ଯଚା ଯାଉଥିଲା । ମାତ୍ର ସେ ମନା କରିବାରୁ ଜନୈକ ବାବୁ ଜଣକ ୧୫ ଦିନରେ ଚାକିରୀ ଯିବ ବୋଲି କହିଥିଲେ ।

ଜନସଭାରେ ଏହି ବିସ୍ଫୋରକ ମନ୍ତବ୍ୟ ଦେବା ସହିତ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ନେଇ ମତ ରଖିଛନ୍ତି ଏହି ବରିଷ୍ଠ ନେତା । ଓଡିଶାରେ ଏକ୍ସପାରୀ ମେଡିସିନ ବିକ୍ରି ବଢିଥିବା ଅଭିଯୋଗ କରିଛନ୍ତି ଶ୍ରୀ ରାଉତ । ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ମଧ୍ୟ କଟାକ୍ଷ କରିବା ସହ ତାଙ୍କ ରାଜନୈତିକ ଜୀବନୀ ଉପରେ ଟିପ୍ପଣୀ ରଖିଛନ୍ତି ଦାମ । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସେ ରାଜନୀତିକୁ ଆଣିଛନ୍ତି । ତାଙ୍କ ସୁପାରିଶରେ ବିଜୁ ବାବା ତାଙ୍କୁ ଟିକେଟ୍ ଦେଇଥିଲେ । ପ୍ରତାପଙ୍କର ନିଜ ନିର୍ବାଚନ ମଣ୍ଡଳି ନାହିଁ । ପ୍ରତାପଙ୍କ ଘର ପଟ୍ଟାମୁଣ୍ଡାଇରେ, ରୁହନ୍ତି କଟକ ଯୋବ୍ରାରେ ବୋଲି ଦାମ କହିଛନ୍ତି । ଅନ୍ୟପକ୍ଷରେ ନୂଆଦଳ ନେଇ ଅନେକ ଯୋଗାଯୋଗ କରିଥିବାବେଳେ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବରିଷ୍ଠ ନେତା ମତ ରଖିଛନ୍ତି ।

error: Thank You Keep Visiting