ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Straight to the Point

ଭୁବନେଶ୍ୱର: ଗାନ୍ଧି ଜୟନ୍ତୀ ଅବସରରେ ରାଜ୍ୟରେ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା । ମଙ୍ଗଳବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଅନ୍ତର୍ଭୃକ୍ତ ହିତାଧିକାରୀଙ୍କୁ ଆସନ୍ତାକାଲିଠାରୁ ମାସିକ ମୁଣ୍ଡ ପିଛା ୧ ଟଙ୍କା ଦରରେ ୫ କିଲୋଗ୍ରାମ ଚାଉଳ ମିଳିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମେ ଦେଇଥିବା କଥା ଆମେ ରକ୍ଷା କରିଛୁ, ଗରିବ ଲୋକଙ୍କ ସେବାରେ କେବେ ବି ଟଙ୍କାର ଅଭାବ ରହିବ ନାହିଁ ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଟଙ୍କିକିଆ ଚାଉଳ ଯୋଗାଇଦେବେ । ରାଜ୍ୟ ସରକାରଙ୍କ ଏହି ନିଜସ୍ୱ ଖାଦ୍ୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ୭୪ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି । ସେଥିମଧ୍ୟରୁ ପଶ୍ଚିମ ଓଡ଼ିଶାରୁ ସର୍ବାଧିକ ୪ ଲକ୍ଷ ୪୮ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି । ମୋଟ ୨୫ ଲକ୍ଷ ହିତାଧିକାରୀଙ୍କୁ ଏହି ଯୋଜନା ମାଧ୍ୟମରେ ଚାଉଳ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ସମସ୍ତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ।

error: Thank You Keep Visiting