ନିର୍ବାଚନ ପାଇଁ ବସ୍ ଯୋଗେ ବୁଲିବୁଲି ଜନସଂପର୍କ ଯାତ୍ରା କରିବ କଂଗ୍ରେସ

Straight to the Point

ଭୁବନେଶ୍ୱର: ବସ ଯୋଗେ ବୁଲି ବୁଲି ଜନସଂପର୍କ ଯାତ୍ରାର ଆରମ୍ଭ କରିବାକୁ ଯୋଜନା କରିଛି ଦଳ । ସୂଚନାନୁଯାୟୀ, ଆଜି ସକାଳ ସାଢେ ୧୦ଟାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ପ୍ରଥମେ ବସରେ ବାଲେଶ୍ୱର ଅଭିମୁଖେ ଜନସଂପର୍କ ଯାତ୍ରା ଆରମ୍ଭ କରିବ । ଏହି ଜନସଂପର୍କ ଯାତ୍ରା ବା ଜଗରଣ ଯାତ୍ରା ତିନିଦିନ ଧରି ଚାଲିବ । ଦଳ ବସ ଯୋଗେ ୩୧୪ ଟି ବ୍ଲକ ପରିକ୍ରମା କରିବାର ଯୋଜନା କରିଛି । ଆଜି ଆରମ୍ଭ ହେବାକୁ ଥିବା ଏହି ଜଗରଣ ଯାତ୍ରାରେ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯାଇ କଂଗ୍ରେସ ଅନ୍ୟ ଦୁଇ ଦଳ ବିଜେଡି ଓ ବିଜେପିର ଦୁର୍ନୀତିକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିବ । କେବଳ ଭାଷଣବାଜିରେ ବିଶ୍ୱାସ ରଖି ଦୁର୍ନୀତିକୁ ଏହି ଦୁଇ ଦଳ ପ୍ରଶୟ ଦେଉଥିବା ଦର୍ଶାଇ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ବସ ଯୋଗେ ଯାତ୍ରାରେ ଯାଇ ଲୋକଙ୍କୁ ସଚେତନ କରିବ ଦଳ । ଦଳ ଟିକେଟ୍ ବଣ୍ଟନ ପାଇଁ ଏହି ନୂଆ ଫଣ୍ଡା ତିଆରି କରିଛି କଂଗ୍ରେସ । ସେହିପରି ଆଶାୟୀ ପ୍ରାର୍ଥୀମାନେ ଜନସଂପର୍କ କରିବା ସହ ଅତି କମରେ ୧୦ହଜାର ସଭ୍ୟ ତାଲିକା ପ୍ରସ୍ତୁତ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

error: Thank You Keep Visiting