ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଅଭିଜିତ ଆୟାର ମିତ୍ରଙ୍କୁ କଡ଼ା ଭର୍ତ୍ସନା

Straight to the Point

ନୂଆଦିଲ୍ଲୀ: ଲୋକଙ୍କ ଧାର୍ମିକ ଭାବନା ସହିତ ଖେଳ ଖେଳିଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ବହୁତ ମହଙ୍ଗା ପଡ଼ିଛି । ଅଭିଜିତଙ୍କୁ ଆଜି କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହିତ ତାଙ୍କର ଜାମିନ ନାମଞ୍ଜୁର ମଧ୍ୟ ହୋଇଛି । ଓଡ଼ିଶାର ସଂସ୍କୃତି, ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଏବଂ ଜଗନ୍ନାଥଙ୍କ ଐତିହ୍ୟ ନେଇ କଟୁ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ଜାମିନ ଆବେଦନର ଆଜି ଶୁଣାଣୀ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗଗୋଇ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି । ଏବେ ଅଭିଜିତଙ୍କ ଗିରଫଦାରୀ ଆଶଙ୍କା ଅଧିକ ବଢ଼ିଯାଇଛି । ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଜିତ ଆୟାର କୌଣସି ସୁରକ୍ଷା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ମୁଖ୍ୟ ନ୍ୟାୟାଧୀଶ କହିଛନ୍ତି ।

ଫଳରେ ଜୀବନ ପ୍ରତି ବିପଦଥିବା ଦର୍ଶାଇ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ଅଭିଜିତଙ୍କୁ ନିରାଶ ହେବାକୁ ପଡ଼ିଛି । ସୁପ୍ରିମକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି । ଯଦି ସିଏ ଆସନ୍ତାକାଲି ସୁଦ୍ଧା କୋଣାର୍କ ଥାନାରେ ହାଜର ନ ହୁଅନ୍ତି ତେବେ ଅଭିଜିତଙ୍କ ଗିରଫ ହେବା ସ୍ପଷ୍ଟ ହୋଇଯାଇଛି । ଉଲ୍ଲେଖଯୋଗ୍ୟ, କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ଓଡ଼ିଶା ଭ୍ରମଣରେ ଆସିଥିବା ଅଭିଜିତ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଥିଲେ । ଓରି ଶବ୍ଦରୁ ଓଡ଼ିଶା ଆସିଛି ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥ ପଶ୍ଚିମବଙ୍ଗରୁ ଆସିଛନ୍ତି ବୋଲି ସେ କହିଥିଲେ । ଯାହା ଓଡ଼ିଶାବାସୀଙ୍କ ମନକୁ ଏକ ଶକ୍ତ ଆଘାତ ଦେଇଥିଲା ।

error: Thank You Keep Visiting