ଲାଇନଚ୍ୟୁତ ହେଲା ହାୱାଡା-ସିକନ୍ଦରବାଦ ଫଲକନମା ଏକ୍ସପ୍ରେସ

Straight to the Point

କଟକ: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । କଟକ ମଙ୍ଗୁଳି ନିକଟ କପିଳାସ ରୋଡ୍ ନିକଟରେ ହାୱାଡା-ସିକନ୍ଦରବାଦ ଫଲକନମା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନର ପଛରେ ଥିବା ଗାର୍ଡ କମ ଲଗେଜ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଖବର ପାଇ ରେଳ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜଣେ ପୂର୍ବତଟ ରେଳ ବିଭାଗ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଲାଇନଚ୍ୟୁତ ହେବା ଫଳରେ ବିଶେଷ କ୍ଷୟକ୍ଷତି ଘଟିନାହିଁ । ଲାଇନଚ୍ୟୁତ ହୋଇଥିବା ଗାର୍ଡ କମ୍ ଲଗେଜ ବଗିରେ ୧୫ ଜଣ ଯାତ୍ରୀଥିଲେ । ସେମାନଙ୍କୁ ଅନ୍ୟ ଏକ ବଗିକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଟ୍ରେନର ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ଆଉ ଅଧ ଘଣ୍ଟା ସମୟ ବିଳମ୍ବରେ ଟ୍ରେନ୍ ଛାଡିବ । ତେବେ ଲାଇନଚ୍ୟୁତ ହେବା ଫଳରେ କୌଣସି ଯାତ୍ରୀବାହୀ କିମ୍ବ କୌଣସି ପରିବହନ ଟ୍ରେନର ଗତିପଥକୁ ବଦଳାଯାଇନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ।

error: Thank You Keep Visiting