ଆସନ୍ତା ନିର୍ବାଚନ ପାଇଁ ବିଧାୟକ ଏବଂ ସାଂସଦମାନଙ୍କ ପ୍ରାର୍ଥୀ ତାଲିକା ସ୍ଥିରିକୃତ : ବସନ୍ତ ପଣ୍ଡା

Straight to the Point

ଭୁବନେଶ୍ୱର: ଆସନ୍ତା ନିର୍ବାଚନ ପାଇଁ ବିଧାୟକ ଏବଂ ସାଂସଦମାନଙ୍କ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ିଛି । ଆସନ୍ତା ନିର୍ବାଚନରେ ତାଙ୍କ ଦଳ ଏକାକୀ ଲଢିବ । ଉପଯୁକ୍ତ ସମୟରେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ । ଶ୍ରୀ ପଣ୍ଡା କହିଥିଲେ ଯେ, କଂଗ୍ରେସର ଜନ ଜାଗରଣ ଯାତ୍ରା କଂଗ୍ରେସ ଦଳକୁ ବଞ୍ଚାଇ ପାରିବ ନାହିଁ । ସେହିପରି ପୁରୀରେ ଆନ୍ଦୋଳନକାରୀଙ୍କ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ସେ ପ୍ରତିକ୍ରିୟା ରଖିଛନ୍ତି । ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାକୁ ବିଜେପି ନିନ୍ଦା କରୁଛି । ଆସ୍ଥା ପରମ୍ପରା ପାଇଁ ନିଷ୍ପତ୍ତି ନେବାବେଳେ ଲୋକଙ୍କ ଭାବାବେଗକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

error: Thank You Keep Visiting