ମୁଖ୍ୟମନ୍ତ୍ରୀଙ୍କ ନଜର ପଡୁ, ଦଳରୁ ନିଲମ୍ବିତ ନେତାଙ୍କୁ ଧରି ସାଂସଦଙ୍କ ପଦଯାତ୍ରା

Straight to the Point

ଢେଙ୍କାନାଳ: ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ତଥା ବିଜେଡିର ବରିଷ୍ଠ ନେତା ତଥାଗତ ଶତପଥୀ କୌଣସି ବିଧାୟକଙ୍କ ସହିତ ସଂପର୍କ ରଖନ୍ତି ନାହିଁ । ସଂଗଠନରେ ବିଧାୟକ ମାନେ ଦକ୍ଷିଣ ଦିଗକୁ ଗଲେ ବିଜେଡି ଦଳର ବିରୋଧିକୁ ଧରି ଉତ୍ତର ଦିଗକୁ ଯାଆନ୍ତି । ଢେଙ୍କାନାଳ ବିଧାୟକ ସରୋଜ ସାମଲଙ୍କ ବିରୋଧରେ ନଳମ୍ବିତ ନବିନ ନନ୍ଦକୁ ସାହାଯ୍ୟ କରନ୍ତି । କାମାକ୍ଷାନଗର, ପର୍ଜଙ୍ଗ, ଅନୁଗୋଳ, ତାଳଚେର ରେ ମଧ୍ୟ ବିଧାୟକଙ୍କ ବିରୋଧରେ ସାଂସଦ ନିଜସ୍ୱ ସଂଗଠନ କରନ୍ତି । ୨୦୧୪ ମସିହା ସାଧାରଣ ନିର୍ବାଚନରେ ପାଲଲହଡା / ବିଧାନସଭା ନିର୍ବାଚନ ମଣ୍ଡଳୀରେ (ତଥାଗତ ଶତପଥୀଙ୍କ ବିରୋଧି ଭାବରେ ରାଜ୍ୟରେ ଜଣାଶୁଣା) ।

ମହେଶ ସାହୁ ବିଜେଡିରୁ ଜିତି ବିଧାୟକ ହେଲେ, ବିଜେଡି ଦଳକୁ ବିରୋଧ କରି ମନୋଜ ସାହୁ (ମଣିଆ) ସ୍ୱାଧିନ ଭାବରେ ତଥାଗତ ଶତପଥୀଙ୍କ ଅର୍ଥରେ ଲଢେଇ କରି ଥିଲେ, ସେଥିପାଇଁ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଦଳ ବିରୋଧି ପାଇଁ ମନୋଜ ସାହୁଙ୍କୁ ନିଲମ୍ବିତ କରିଥିଲେ । ଖମାର ଅଞ୍ଚଳରୁ ସନ୍ଦିପ ପ୍ରଧାନ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବରେ ଛିଡା ହୋଇଥିଲେ । ବିଜେଡି ଦଳର ସକ୍ରିୟ ସଦସ୍ୟ ନଥାଇ, ସାଂସଦ ଆସିଲେ ବିଜେଡି କାର୍ଯ୍ୟକ୍ରମରେ ଯାଆନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଲଲହଡା ବ୍ଲକର ସଭାପତି ଲଲିତ ପ୍ରଧାନ ଦଳରେ ବିଶ୍ୱାସ ଘାତ ପାଇଁ ଜିଲ୍ଲା ପରିଷଦ ନିର୍ବାଚନରେ କ୍ଷତି ହେଲା । କଣିହାଁ ବ୍ଲକର କପିଳ ସାହୁ ମଧ୍ୟ ବିଜେଡି ଦଳକୁ ପଛରେ ପକାଇ ନିଜର ଉନ୍ନତି ପାଇଁ ଅନ୍ୟ ଦଳରେ ବ୍ରକ୍ରି ହୋଇଥିଲେ ।

ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି କର୍ମୀ ଓ ନିର୍ବାଚିତ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ବେଠକରେ ନିଷ୍ପତ୍ତି ନେଇଥିଲେ ପାଲଲହଡା ବ୍ଲକ ସଭାପତି ଲଳିତ ପ୍ରଧାନ ଓ କଣିହାଁର କପିଳ ସାହୁଙ୍କୁ ବିଜେଡି କାର୍ଯ୍ୟ କ୍ରମରେ ଡକାଯିବ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ଅକ୍ଟୋବର ୨ ତାରିଖ ଠାରୁ ନିଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜେଡିର ପଦଯାତ୍ରା / ଜନ ସଂପର୍କ ଯାତ୍ରା ହେବ । ସ୍ଥାନୀୟ ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ପ୍ରଥମେ ମହିଳା ସମାବେଶ କଣିହାଁ ଓ ପାଲଲହଡା ବ୍ଲକରେ କଲେ । ତାପରେ ଅକ୍ଟୋବର ୨ ତାରିଖରୁ ପଦଯାତ୍ରା / ଜନ ସଂପର୍କ ଯାତ୍ରା ଚଳାଇଛନ୍ତି । ବିଜେପିକୁ ସୁହାଇଲା ପରି ତା ୦୪/୧୦/୨୦୧୮ ରିଖ ଦିନ ସାଂସଦ ତଥାଗତ ଶତପଥୀ ବିଜେଡି ନିଲମ୍ବିତ ନେତା ମନୋଜ ସାହୁ, କପିଳ ସାହୁ, ଲଲିତ ପ୍ରଧାନ, ସଂନ୍ଦୀପ ପ୍ରଧାନ, ମନୋଜ ଖୁଣ୍ଟିଆଙ୍କୁ ଧରି ଦଳ ବିରୋଧରେ / ବିଧାୟକ ବିରୋଧରେ ପ୍ରଚାର କରୁଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ନଜର ନ ଦେଲେ ବିରୋଧି ଦଳରୁ ବିଧାୟକ ଜିତିବେ ।

error: Thank You Keep Visiting