ତିର୍ତ୍ତୋଲ କଲେଜ ଛାତ୍ର ସଂସଦ ନିର୍ବାଚନ;ପ୍ରକାଶ ପାଇଲା ଚୁଡ଼ାନ୍ତ ତାଲିକା ତ୍ରିମୁଖି ଲଢ଼େଇ ଆଶଙ୍କା

Straight to the Point

ଜଗତସିଂହପୁର: ଆସନ୍ତା ୧୧ ତାରିଖ ଦିନ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ ନେଇ ଆଜି କଲେଜ କତ୍ତୃପକ୍ଷଙ୍କ ତରଫରୁ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଯାହାକୁ ନେଇ କଂଗ୍ରେସ, ବିଜେଡ଼ି ଓ ଏବିଭିପି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ଲହଡ଼ି ଖେଳିଯାଇଛି । ଛାତ୍ରଛାତ୍ରୀମାନେ ନିଜ ନିଜର ସମର୍ଥକ ମାନଙ୍କୁ ସାଥିରେ ଧରି କଲେଜ ପରିସର, ରାସ୍ତାଘାଟ, ମେସ୍ ଓ ବିଭନ୍ନ ଗ୍ରାମରେ ଡ଼ୋର ଟୁ ଡ଼ୋର ମେଳି ମେଳି ହୋଇ ବୁଲି ନିଜର ପତିଆରାକୁ ଶୀର୍ଷକ ସ୍ଥାନରେ ପହଞ୍ଚାଇବାପାଇଁ ଅଣ୍ଟା ଭିଡ଼ିଛନ୍ତି । ମେସ୍ ସହିତ ହୋଟେଲ, ଗୁପୁଚୁପ ଦୋକାନ ଓ ଆଳୁଦମ ଦହିବରା ଦୋକାନରେ ଛାତ୍ରଛାତ୍ରୀମାନେ ନିଜ ନିଜ ଭିତରେ ପୁସିଂ କାର୍ଡ଼ ବାଣ୍ଟିବା ସହିତ ଖାଇବା ପିଇବାର ମଜା ଉଠାଉଛନ୍ତି । ଗତକାଲି ପାର୍ଥିମାନେ ନାମଙ୍କନ ଦାଖଲ କରିଥିବାବେଳେ ଆଜି ଚୁଡ଼ାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇଥିଲା ।

ଛାତ୍ର ସଂସଦ ସଭାପତି ପଦ ପାଇଁ ଜିବେଶ କୁମାର ଦେବଦର୍ଶନ +୩ ଦ୍ୱିତୀୟବର୍ଷ ବିଜ୍ଞାନ, ରାଜେନ୍ଦ୍ର ସ୍ୱାଇଁ +୩ ଦ୍ୱିତୀୟ ବର୍ଷ କଳା, ଶ୍ରୀଧର ରାଉତ +୩ ଦ୍ୱିତୀୟ ବର୍ଷ ବାଣିଜ୍ୟ, ଛାତ୍ରସଂସଦ ଉପସଭାପତି ପଦ ପାଇଁ ଜ୍ୟୋତି ପ୍ରକାଶ ସାମଲ +୩ ପ୍ରଥମ ବର୍ଷ ବିଜ୍ଞାନ, ଶୂନ୍ୟବାସୀ ମହାନ୍ତି +୩ ପ୍ରଥମ ବର୍ଷ ବିଜ୍ଞାନ, ସୁଶିଲ କୁମାର ଦାଶ +୩ ପ୍ରଥମ ବର୍ଷ ବାଣିଜ୍ୟ, ସମ୍ପାଦକ ପଦ ପାଇଁ ହରେକୃଷ୍ଣ ପ୍ରଧାନ +୩ ଦ୍ୱିତୀୟ ବର୍ଷ ବିଜ୍ଞାନ, ଜଗନ ସ୍ୱାଇଁ +୩ ଦ୍ୱିତୀୟ ବର୍ଷ ବିଜ୍ଞାନ, ରାକେଶ ସେଠୀ +୩ ଦ୍ୱିତୀୟ ବର୍ଷ କଳା, ସହ ସମ୍ପାଦକ ପଦ ପାଇଁ ଅମିତ୍ ଘଡ଼େଇ +୩ ପ୍ରଥମ ବର୍ଷ ବାଣିଜ୍ୟ, ଲିଜାଲିନି ଦଳାଇ +୩ ପ୍ରଥମ ବର୍ଷ ବିଜ୍ଞାନ, ସାରଦା ପ୍ରସାଦ ମଲ୍ଲିକ +୩ ଦ୍ୱିତୀୟ ବର୍ଷ କଳା, କ୍ରିଡ଼ା ସମ୍ପାଦକ ନବଘନ ଦାସ+୩ ତୃତୀୟ ବର୍ଷ କଳା, ରାଜେଶ କୁମାର ସେଠୀ, +୩ ତୃତୀୟ ବର୍ଷ କଳା, ତ୍ରିଲୋଚନ ମଲ୍ଲ +୩ ଦ୍ୱିତୀୟ ବର୍ଷ କଳା ପ୍ରମୁଖ ବିଭିନ୍ନ ପଦବୀ ପାଇଁ ତ୍ରିମୁଖି ଲଢ଼େଇ ହେଉଥିବାବେଳେ ସହ କ୍ରିଡ଼ା ସମ୍ପାଦକ ଭାବେ ୨ ଜଣ, ନାଟ୍ୟ ସମ୍ପାଦକ ୨ ଜଣ, ଛାତ୍ର ସଂସଦ ଶ୍ରେଣି ପ୍ରତିନିଧି ଭାବେ ୨ ଜଣ ନିର୍ବାଚନରେ ପ୍ରତିଦୋନ୍ଦିତା କରିବେବୋଲି ସୁଚନାରୁ ଜଣାପଡ଼ିଛି ।

ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୩୦ ଜଣ ବିଭିନ୍ନ ପଦପଦବୀ ପାଇଁ ଚୁଡାନ୍ତ ତାଲିକାରେ ପ୍ରକାଶ ପାଇଥିବବେଳେ ୯ ଜଣ ଛାତ୍ରଛତ୍ରୀ ବିଭିନ୍ନ ପଦବୀ ପାଇଁ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିବା ସୁଚନା ମିଳିଛି । ଆସନ୍ତା ୧୦ ତାରିଖ ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ । ୧୧ ତାରିଖ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ମତଦାନ, ୨ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ସୁଧା ଫଳାଫଳ ଘୋଷଣା କରାଯିବବୋଲି କଲେଜର ଅଧ୍ୟକ୍ଷ ପ୍ରଫେସର ଭାଗ୍ୟଧର ରାଉତ ଓ ଛାତ୍ର ସଂସଦ ନିର୍ବାଚନ ଅଧିକାରି ଅଧ୍ୟାପକ ଡ଼. ବିରଞ୍ଚି ନାରାୟଣଙ୍କ ଠାରୁ ସୁଚନା ମିଳିଛି ।

error: Thank You Keep Visiting