“ନିର୍ମାଣ କୁସୁମ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Straight to the Point

ଭୁବନେଶ୍ୱର: “ନିର୍ମାଣ କୁସୁମ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମଧ୍ୟରେ ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ସହ ପଞ୍ଜିକୃତ ଶ୍ରମିକଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ସରକାରୀ ଆଇଟିଆଇ ଅନୁଷ୍ଠାନରେ ପଢ଼ୁଥିବା ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କୁ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ମିଳିବ । ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୨୩,୬୦୦ ଟଙ୍କା ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ୨୬,୩୦୦ ଟଙ୍କା ମିଳିବ । ଏହି ଯୋଜନାରେ ୧,୮୭୮ ହିତାଧିକାରୀଙ୍କୁ ୧.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି “ନିର୍ମାଣ କୁସୁମ’ ଶୁଭାରମ୍ଭ ବେଳେ ଘୋଷଣା ହୋଇଛି । ସେହିପରି ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ବୃଦ୍ଧି ହୋଇଛି । ସ୍ୱାଭାବିକ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଓ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା ସେମାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

error: Thank You Keep Visiting