କଂଗ୍ରେସ ଦଳର ହାତ ଛାଡ଼ିଲେ ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା

Straight to the Point

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପଦ୍ମଲୋଚନଙ୍କ ସହିତ ଛାତ୍ର କଂଗ୍ରେସର ସମ୍ପାଦକ ନୀଳମାଧବ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସହ କେତେକ ବ୍ଲକ୍ ସ୍ତରୀୟ ନେତା ବି ଦଳ ଛାଡ଼ିଥିବା ସୂଚନା ମିଳିଛି । ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, ଦଳରେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ସମନ୍ୱୟର ଅଭାବ ରହିଛି । କଂଗ୍ରେସ୍ ଦଳର ଭବିଷ୍ୟତ ନାହିଁ । ଯେଉଁମାନେ କଂଗ୍ରେସକୁ ବାରମ୍ବାର ହତ୍ୟା କରୁଛନ୍ତି, ସେମାନେ ପିସିସି ସଭାପତିଙ୍କ ·ରିପଟେ ଘେରିକି ରହିଛନ୍ତି । ସେହି ହତ୍ୟାର ଶିକାର ମୁଁ ହୋଇଛି । ଅନ୍ୟପଟେ ନିଜର ରାଜନୈତିକ ଭବିଷ୍ୟତ ନେଇ ପଦ୍ମଲୋଚନ ମଙ୍ଗଳବାର ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି । ଏନେଇ କଂଗ୍ରେସ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ ।

error: Thank You Keep Visiting