ଧାଡ଼ି ଦର୍ଶନକୁ ନେଇ ପ୍ରଶାସନକୁ ପ୍ରଶ୍ନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର

Straight to the Point

ଭୁବନେଶ୍ୱର: ଶ୍ରୀମନ୍ଦିରର ଯେ କୌଣସି ଅଂଶର ମରାମତି କିମ୍ବା ପୁନଃ ନିର୍ମାଣ ପାଇଁ କେବଳ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ହିଁ ଅଧିକୃତ ସଂସ୍ଥା । ଏଣୁ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ବିନା ଅନୁମତିରେ ବାଇଶି ପାହାଚ ଖୋଳି ବ୍ୟାରିକେଡ୍ ନିର୍ମାଣ ଲାଗି ପ୍ରଶାସନକୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସୋସିଆଲ ମିଡିଆ ଜରିଆରେ ଶ୍ରୀ ମହାପାତ୍ର ନିଜର ଏହି ମତ ରଖିଥିଲେ । କହିଥିଲେ ଗତ କିଛି ଦିନ ତଳେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ସମ୍ବେଦନଶୀଳ ଅଟେ । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଆଳକରି ଜଗନ୍ନାଥଙ୍କୁ ନେଇ ରାଜନୀତି ଆରମ୍ଭ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅନ୍ୟ ମନ୍ଦିରଗୁଡ଼ିକ ସହ ଜଗନ୍ନାଥ ମନ୍ଦିର କେବେ ହେଲେ ତୁଳନୀୟ ନୁହେଁ, ଏଣୁ ହାତଗଣତି କିଛି ଆଇଏଏସ୍ ଓ ଆଇପିଏସ ଅଫିସର ଦେଶର ଅଳ୍ପ କିଛି ମନ୍ଦିର ବୁଲି ଆସି ଏଭଳି ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାର ଯଥାର୍ଥତା କିଛି ନାହିଁ । କାରଣ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟ କୌଣସି ମତ ରଖି ନଥିଲେ ବରଂ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରରେ କିପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ, ସେ ନେଇ ଦୃଷ୍ଟି ଦେବାକୁ କହିଥିଲେ । ଜଗନ୍ନାଥ ସେନାର ବନ୍ଦ ଡାକରା ବେଳେ ଶ୍ରୀକ୍ଷେତ୍ର ଯେଭଳି ରଣାଙ୍ଗନରେ ପରିଣତ ହେଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାପାତ୍ର କହିବା ସଙ୍ଗେସଙ୍ଗେ ଏହାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଉଚିତ ବୋଲି କହିଛନ୍ତି ।

error: Thank You Keep Visiting