ଏରସମାଠାରେ ସ୍ୱାଭିମାନ ବିକାଶ ମଞ୍ଚରୁ ଶକ୍ତି ପ୍ରଦର୍ଶନ କରିବେ ଦାମ ବାବୁ

Straight to the Point

ଭୁବନେଶ୍ୱର: ଡାକ୍ତର ରାଉତ ଆସନ୍ତା ୧୨ ତାରିଖର ସମାବେଶକୁ ସଫଳ କରିବା ନିମନ୍ତେ ଶନିବାର ନିଜର ସମର୍ଥକଙ୍କ ସହ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ବହିଷ୍କାର ହେବାପରେ ଡାକ୍ତର ରାଉତଙ୍କ ଏହା ନିଜ ଜିଲ୍ଲାରେ ପ୍ରଥମ ବଡ଼ଧରଣର କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଫଳ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି । ଡାକ୍ତର ରାଉତଙ୍କ ଏହି “ସ୍ୱାଭିମାନ ସମାବେଶ’କୁ ନେଇ ଜିଲ୍ଲା ବିଜେଡିରେ କମ୍ପନ ସୃଷ୍ଟି ହୋଇଛି । ଡାକ୍ତର ରାଉତଙ୍କୁ ଚେକ୍ ଦେବା ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ପାରାଦୀପର କୁଜଙ୍ଗଠାରେ ଗତ ସେପ୍ଟେମ୍ବର ୩୦ତାରିଖରେ ବିଜେଡି ଏକ ବିଶାଳ ମହିଳା ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିସାରିଛି ।

ଏବେ ସେହି କାର୍ଯ୍ୟକ୍ରମର ଜବାବ ଦେବା ପାଇଁ ଡାକ୍ତର ରାଉତ ଏହି “ସ୍ୱାଭିମାନ ସମାବେଶ’ କରୁଥିବା ଜଣାପଡ଼ିଛି । ଏହି ସମାବେଶ ଡାକ୍ତର ରାଉତଙ୍କ ପାଇଁ ମଧ୍ୟ ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଛି । ତାଙ୍କ ପ୍ରତି କେଉଁମାନଙ୍କର ସମର୍ଥନ ରହିଛି ଓ ବିଜେଡିରେ ଥିବା ତାଙ୍କର ସହଯୋଗୀମାନେ ଏହି ସମାବେଶରେ ସାମିଲ ହୋଇ ସିଧାସଳଖ ତାଙ୍କୁ ସମର୍ଥନ ଜଣାଇବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ତେବେ ସମ୍ଭାବ୍ୟ ଲଘୁ·ପଜନିତ ବର୍ଷା ଉପରେ ଡାକ୍ତର ରାଉତଙ୍କ ପ୍ରସ୍ତାବିତ ବିକାଶ ସମାବେଶର ସଫଳତା ମଧ୍ୟ ଅନେକାଂଶରେ ର୍ନିଭର କରୁଛି । ସୂଚନାଯୋଗ୍ୟ, ଦୁର୍ନୀତି ଓ ଭ୍ରଷ୍ଟା·ର ଶାସନ ବିରୋଧରେ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏକ ସର୍ବଦଳୀୟ ବିଶାଳ ସମାବେଶ ଅନୁଷ୍ଠିତ ହେବ ।

ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବାମଦଳ ନେତା ଜନାର୍ଦ୍ଦନ ପତି, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ଡାକ୍ତର ଦାମୋଦର ରାଉତ ଯୋଗ ଦେବେ ବୋଲି ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଇଛି । ତେବେ ବିଜୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଉପସ୍ଥାପିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସଭାମଞ୍ଚରୁ ବିରୋଧୀ ଦଳ ନେତାମାନେ ଏକଜୁଟ ହୋଇ ରଣହୁଙ୍କାର ଦେବେ ବୋଲି ସୂଚନା ମିଳିଛି ।

error: Thank You Keep Visiting