ସାମ୍ବାଦିକଙ୍କ ଉପରେ ମାଡ଼ିଗଲା ହାଇୱା,୧ ଗୁରୁତର ୧ ଆହତ

Straight to the Point

ଯାଜପୁର: ଯାଜପୁର ସାମ୍ବାଦିକ ଉକ୍ରଳ ଜେନା ଓ ଦଶରଥପୁର ସାମ୍ବାଦିକ ମହେଶ୍ୱର ଜେନା ଉଭୟ ଆଜି ସକାଳୁ ଭୁବନେଶ୍ୱରର ସଂଚାର କାର୍ଯ୍ୟାଳୟରେ ଏକ ମିଟିଂ ଥିବା ବେଳେ ଯାଜପୁରରୁ ଏମାନେ ୨ ଚକିଆ ଯାନରେ ଭୁବନେଶ୍ୱର ଯାଉଥିଲେ । ବଡ଼ଚଣା ଛକ ନିକଟରେ ଏକ ୧୦ ଚକିଆ ହାଇୱା ପଛପଟୁ ଜୋରରେ ସାଇଡ଼୍ ମାରିବାରୁ ଭାରସ୍ୟାମ ହରାଇ ଦୁଇଜଣ ଯାକ ତଳେ ଘୋଷାଡ଼ି ହୋଇ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ବଡ଼ଚଣା ଗୋଷ୍ଠୀ କେନ୍ଦ୍ରକୁ ନେଇ ଯାଇଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ସେମାନଙ୍କୁ ଶଙ୍କଟାପନ୍ନ ଅବସ୍ଥାରେ କଟକର ଘରୋଇ ନର୍ସିଂହୋମ ଅଶ୍ୱିନୀ ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଛି ।

ସାମ୍ବାଦିକ ମହେଶ୍ୱର ଜେନାଙ୍କ ଅବସ୍ଥା ସୁଧୁରି ଥିବା ବେଳେ ସାମ୍ବାଦିକ ଉକ୍ରଳ ଜେନା ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି । ଏହି ଖବର ପ୍ରଚାରିତ ହେବା ପରେ ଯାଜପୁର ଓ ଦଶରଥପୁର ର ବହୁ ସାମ୍ବାଦିକ ସେଠାରେ ପହଂଚି ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଦୁଇ ସାମ୍ବାଦିକଙ୍କ ଦୁର୍ଘଟଣା ଖବର ପାଇ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଅଶ୍ୱିନୀ ମେଡ଼ିକାଲ କର୍ତୁପକ୍ଷଙ୍କ ସହ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି ।

error: Thank You Keep Visiting