ଛାତ୍ରସଂସଦ ନିର୍ବାଚନ;ବିଧାୟିକାଙ୍କ କବାଟକୀଳା ବୈଠକ

Straight to the Point

ଜଗତସିଂହପୁର: ଗୋଟିଏ ଦିନପରେ କଲେଜ ଛାତ୍ରସଂସଦ ନିର୍ବାଚନ । ତିର୍ତ୍ତୋଲ ବ୍ଲକ ଆଦିକବି ସାରଳାଦାସ କଲେଜରେ ଛାତ୍ରସଂସଦ ନିର୍ବାଚନକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଚାଲୁଥିବା ଶୁଣିବାକୁ ମିଳୁଛି । ତିର୍ତ୍ତୋଲ ବିଧାୟିକା ଡ଼. ମଲ୍ଲିକ ଯଦିଓ କଲେଜ ନିର୍ବାଚନରେ ମୁଣ୍ଡ ପୁରାଇବେ ନାହିଁବୋଲି ପୂର୍ବରୂ କହିଆସୁଥିବାବେଳେ ବ୍ଲକରେ ଆଜିର ୧ ଘଣ୍ଟା କବାଟକିଳା ବୈଠକରେ ଦଳୀୟ ସମର୍ଥିତ ପାର୍ଥିକୁ ଜିତାଇବାକୁ ଚେତାବନି ଦେଇଥିବା ଜଣାପଡ଼ିଥିଲା ।

ବିଧାୟିକା ଡ଼. ମଲ୍ଲିକ ତାଙ୍କ ସମର୍ଥକମାନେ ଏବିଭିପି ପାର୍ଥିଙ୍କୁ ଜିତାଇବାପାଇଁ ଗୁପ୍ତ ମନ୍ତ୍ରଣା କରୁଥିବା ଏକ ବିଶେଷ ସୁତ୍ରରୁ ଜାଣିବାପରେ ରାଗରେ ଜର୍ଜରିତ ହୋଇ କିଛି ଆଗଧାଡ଼ିର କର୍ମୀମାନଙ୍କ ଉପରେ ବର୍ଷି କହିଥିଲେ ଯେ ବିଷ୍ଣୁ ଦାସ ଓ ମୋ ଭିତରେ ଯାହା ଝଗଡ଼ା ଥାଉନା କାହିଁକି ଦଳୀୟ ସମଥିତ ପାର୍ଥି ଜିତିବା ନିତ୍ୟାନ୍ତ ଆବଶ୍ୟକ । ଦଳ ଆମର କିଛି କ୍ଷତି କରିନାହିଁ ତେଣୁ ଦଳୀୟ ସମର୍ଥିତ ପାର୍ଥିଙ୍କୁ ସମର୍ଥନ ମିଳୁବୋଲି ଚେତାବନି ଦେଇଥିଲେ ।

ବିଧାୟିକା ଡ଼. ମଲ୍ଲିକ ଓ ବିଷ୍ଣୁଙ୍କ ଅନୁଗତ ତଥା ବ୍ଲକ ବିଜେଡ଼ି ସଭାପତି ବସନ୍ତ କୁମାର ମହାପାତ୍ରଙ୍କ ମଧ୍ୟରେ କନ୍ଦଳ ଚାଲିଥିବାକୁ ନେଇ ବିଧାୟିକାଙ୍କ କିଛି ସମର୍ଥକମାନେ ଫାଇଦା ନେବାକୁ ବସିଛନ୍ତି । ବିଧାୟିକାଙ୍କ ଅଜାଣତରେ ତାଙ୍କର କିଛି ସମର୍ଥକମାନେ ତିର୍ତ୍ତୋଲର ଏକ ମଣ୍ଡପ ପରିସରରେ ଏବିଭିପି ପାର୍ଥିଙ୍କୁ ଜିତାଇବା ପାଇଁ ଉଦ୍ୟମ ଚଲାଇଥିବା ଜାଣିବାକୁ ପାଇ ବିଧାୟିକା ଡ଼. ମଲ୍ଲିକ ବ୍ଲକ ପରିସରରେ ଏହି କବାଟକିଳା ବୈଠକ କରିଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି ।

error: Thank You Keep Visiting