କଟକଣା ସତ୍ତ୍ୱେ ବଜାରରୁ ଆଳୁ ପିଆଜକୁ ଉଡ଼ାଇ ନେଲା ତିତଲି

Straight to the Point

ଭୁବନେଶ୍ୱର: ବାତ୍ୟା ତିତଲି ଭୟଙ୍କର ରୂପ ନେବ ବୋଲି ଜଣାପଡ଼ିବା ପରେ ବଜାରରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବା, କଳା ବଜାରୀ କରିବା ଏବଂ ଚଢା ଦରରେ ବିକ୍ରି କରିବା ଉପରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ କଟକଣା ଜାରୀ କରାଯାଇଛି । ଏପରି କଲେ ବିକ୍ରେତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଲୋକେ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ପ୍ରୟାସ କରୁଛନ୍ତି । କିଛି ସ୍ଥାନରେ ଆଳୁ ଓ ପିଆଜ ପରି ସାମଗ୍ରୀ ଆଉ ବଜାରରେ ମିଳୁ ନଥିବା ଅଭିଯୋଗ ହେଉଛି । ସେହିପରି ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ଅଧିକା ନେଉଥିବା ମଧ୍ୟ ଅଭିଯୋଗ ହେଉଛି । ଏହା ଉପରେ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାଉଟିମାନେ ମଧ୍ୟ ଏଥିପ୍ରତି ସଚେତନ ରହିବାକୁ କୁହାଯାଇଛି ।  ତେବେ ଜିନିଷପତ୍ରର ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ଚିନ୍ତା କରିବାର କିଛି ଆବଶ୍ୟକ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।

error: Thank You Keep Visiting