ଅର୍ଥ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ହାଲୁକା ଓ ଶସ୍ତା:ଧର୍ମେନ୍ଦ୍ର

Straight to the Point

ଭୁବନେଶ୍ୱର: ତୈଳ ଦର ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଦେଇଥିବା ମନ୍ତବ୍ୟକୁ ଗାଲୁଆଙ୍କ ବାରବାଟୀ ଚାଷ, ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶଶିଭୂଷଣ ଜଣେ ଦେବାଳିଆ ଲୋକ । ଅନର୍ଗଳ କହିବାର ଅଭ୍ୟାସ ରହିଛି । ସେ ନିଜ ବୁଦ୍ଧିରେ ନୁହଁ, ତୃତୀୟ ମହଲା ନିର୍ଦ୍ଦେଶରେ କୁହନ୍ତି । ବିଗତ ତିନି ଦିନ ହେଲା ତୈଳ ଦର ହ୍ରାସ ପାଉଛି । ରାଜ୍ୟ ସରକାର ଟିକସ ନକମାଇବାରୁ ଲୋକେ ଅସୁବିଧା ଭୋଗୁଛନ୍ତି ।

ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭୁବନେଶ୍ୱରରେ ପେଟ୍ରୋଲ ୮୦.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୮୦ଟଙ୍କା ୬୯ ରହିଛି, ଯାହାକି ଏକ ଇତିହାସ ସୃଷ୍ଟି କରିଛି ବୋଲି କହିଥିଲେ । କେନ୍ଦ୍ରର ଭୁଲ ନୀତି ଓ ଦାୟିତ୍ୱହୀନତା ପାଇଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ତୈଳ କମ୍ପାନୀଗଡ଼ିକ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହାଁନ୍ତି । କମ୍ପାନୀମାନଙ୍କ ସହିତ କେନ୍ଦ୍ର ସରକାର ସାଲିସ୍ କରିଛନ୍ତି । ତେଣୁ ଡିଜେଲ ଦର ବଢ଼ିବା ଦ୍ୱାରା ସବୁ ସାମଗ୍ରୀର ଦରଦାମ ବଢ଼ିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଏହା ସହିତ ଏହି ଦର ବୃଦ୍ଧିକୁ ରାଜନୀତି ସହିତ ଯୋଡ଼ିଛି ରାଜ୍ୟ । ଆଗାମୀ ନିର୍ବାଚନ ପାଇଁ ବିଜେପି ସରକାର ପାଣ୍ଠି ସଂଗ୍ରହ କରୁଛି ବୋଲି ଶଶିଭୂଷଣ କହିଛନ୍ତି । ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ସମାଲୋଚନା କରି ବିଜେପି ଦଳର ଉପସଭାପତି ଶ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ଯେ, ତୈଳ ଦର ବୃଦ୍ଧିକୁ ନେଇ ବିଜେଡ଼ି ଦଳ ଫମ୍ପା ରାଜନୀତି କରୁଛି । ଅର୍ଥ ମନ୍ତ୍ରୀଙ୍କ ମନ୍ତବ୍ୟ ଅତ୍ୟନ୍ତ ହାଲୁକା ଓ ଶସ୍ତା । ଇତିମଧ୍ୟରେ ୧୩ ଟି ରାଜ୍ୟ ଭାଟ୍ ଏବଂ କେନ୍ଦ୍ର ସରକାର ଏକସାଇଜ୍ ଟାକ୍ସ ୨ ଟଙ୍କା ୫୦ ପଇସା ହ୍ରାସ କରିସାରିଥିବା ବେଳେ ରାଜ୍ୟ ସରକାର ସେ ଦିଗରେ କୌଣସି ପଦକ୍ଷେପ ନେଉନାହାଁନ୍ତି । ଜନସାଧାରଣ ପ୍ରତି ଏମାନଙ୍କର ଦରଦ କେତେ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଅଛି ।

error: Thank You Keep Visiting