ବିଜୁ ଯୁବବାହିନୀ କର୍ମୀଙ୍କ ପ୍ରଶ୍ନବାଣରେ ବୈଜନ୍ତ ପଣ୍ଡା ଘାଇଲା

Straight to the Point

ଅନୁଗୋଳ : ତାଳଚେର କିଶୋର କ୍ଲବର ୫୩ ତମ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରସ୍କାର ବିତରଣ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ପାଇଁ କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜନ୍ତ ପଣ୍ଡା, ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ଏକ ବଡ ଶୋଭାଯାତ୍ରାରେ ପବିତ୍ର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଠାରୁ ଆସୁଥିଲେ ତାଳଚେର ବଡବଜାର ଛକ ଠାରେ ତାଳଚେର ବିଜୁ ଯୁବବାହିନୀ ଚନ୍ଦନ ସିଂହ (ସନ୍ତୁ)ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ପ୍ରଶ୍ନ କରିଥିଲେ । ଆପଣ ରାଜ୍ୟ ସାରା ଭ୍ରମଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ହେବା ପାଇଁ କିନ୍ତୁ ନିଜ କମ୍ପାନୀର ବକେୟା ୮୦୦ କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ଆଜି ପର୍ଯ୍ୟନ୍ତ ପୈଠ କରୁନାହଁ ? ଏପରି ଅନେକ ପ୍ରଶ୍ନ ? ଶ୍ରୀ ପଣ୍ଡା ଚୁପ୍ ରହିଲେ ଓ କିଛି ସମୟ ପରେ ଶୋଭାଯାତ୍ରା ଆରମ୍ଭ ହୋଇ କିଶୋର କ୍ଲବ୍ ପ୍ରାଙ୍ଗଣକୁ ଗଲେ ।

error: Thank You Keep Visiting