ସାଂସଦ ପ୍ରତାପ ଦେବଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଖାରବେଳ ସ୍ୱାଇଁ

Straight to the Point

ଆଳି: ଉକ୍ରଳ ଭାରତ ସଭାପତି ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଅଭିଯୋଗ । କେନ୍ଦ୍ରାପଡା ଆଳିର ଏକ ସଭାରେ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନାନୁସାରେ ଆଳିରେ ଏକ ସଭାରେ ଶ୍ରୀ ଶ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରି ଭାଷଣ ଦେଉଥିଲେ । ସେହି ସମୟରେ କେତେକ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ବେକ ଧରି ଘୋଷାଡି ଥିବା ଅଭିଯୋଗ ହୋଇଛି । ଏପରିକି ସଭାରୁ ଉଠି ନଗଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଇଥିବା ଶ୍ରୀ ସ୍ୱାଇଁ କହିଛନ୍ତି ।

ଏହା ବ୍ୟତୀତ ସଭାରେ ସଭାପତିତ୍ୱ କରୁଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଛି । ଶ୍ରୀ ସ୍ୱାଇଁଙ୍କର ୨ଜଣ ସହଯୋଗୀ ଆକ୍ରମଣର ଶିକାର ହୋଇଥିବା କୁହାଯାଉଛି । ଏହି ଅଘଟଣ ପରେ ଶ୍ରୀ ସ୍ୱାଇଁ ସଭାକୁ ଅଧାରୁ ବନ୍ଦ କରି ମଞ୍ଚ ପରିତ୍ୟାଗ କରିଥିଲେ । ପରେ ଶ୍ରୀ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ସାଂସଦ ପ୍ରତାପ ଦେବଙ୍କ ପ୍ରରୋଚନାରେ କରାଯାଇଛି ।

error: Thank You Keep Visiting