ଠକେଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି,କୋର୍ଟ ନିର୍ଦ୍ଦେଶ ମାନୁନାହଁନ୍ତି ଥାନାଧିକାରୀ

Straight to the Point

ଭୁବନେଶ୍ୱର: ଏୟାର ଫିଲଡ଼୍ ଥାନା ପୁଲିସ କୋର୍ଟ ନିର୍ଦ୍ଦେଶ ମାନୁନଥିବା ନେଇ ନୂଆ ଡିସିପି ଓ ସିପିଙ୍କ ପାଖରେ ଅଭିଯୋଗ ହୋଇଛି । ଠକେଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ରହିଥିଲେ ବି ଏୟାର୍ ଫିଲଡ଼୍ ଥାନା ପୁଲିସ ଚୁପ୍ ବସିଛି ବୋଲି ଅଭିଯୋଗ ହୋଇଛି । ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଠକ ବିରୋଧୀ ସଂଗଠନ ଏହାକୁ ବିରୋଧ କରିଛି । ସୂଚନା ଅନୁଯାୟୀ ଏୟାର ଫିଲଡ଼୍ ଥାନା ଅଧୀନ ଭୀମପୁର ମୌଜାର ଅଶୋକ କୁମାର ଦାସଙ୍କ ଠାରୁ ହରି ମିଶ୍ର ନାମକ ଜଣେ ବ୍ୟକ୍ତିି ୮କୋଟି ଠକେଇ କରିଥିଲେ ।

ଏନେଇ ଅଭିଯୋଗ ପରେ ପୁଲିସ ମାମଲା ନକରିବାରୁ ଶ୍ରୀ ଦାସ କୋର୍ଟର ଆଶ୍ରୟ ନେଇଥିଲେ । ଏହା ପରେ କୋର୍ଟ ଘଟଣା ସମ୍ପର୍କରେ ମାମଲା କରି କାର୍ଯ୍ୟାନୁଷ୍ଠାନ ନେବାକୁ ଏୟାର ଫିଲଡ଼୍ ଥାନାକୁ ନିର୍ଦ୍ଦେଶ ଦେଇଥିଲା । ତେବେ ଏୟାର ଫିଲଡ଼୍ ଥାନା ପୁଲିସ କେବଳ ମାମଲା କରି ଚପ୍ ବସିଛି । କାର୍ଯ୍ୟାନୁଷ୍ଠାନ ବଦଳରେ ଅଭିଯୁକ୍ତଙ୍କୁ ଘଂଟ ଘୋଡୋଉଛି ବୋଲି କୁହାଯାଇଛି । ଶ୍ରୀ ଦାସ ଏନେଇ ଡିସିପି, ସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ନହେଲେ ସେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

error: Thank You Keep Visiting