ଜବତ ହୋଇଥିବା ହେଲିକପ୍ଟରକୁ ନେଇ ନୋଟିସ୍ ଜାରି କଲା ଇମ୍ଫା

Straight to the Point

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଶିଳ୍ପପତି ତଥା ଲୋକପ୍ରିୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜବତ କରାଯାଇଥିବା ସମସ୍ତ ହେଲିକପ୍ଟରକୁ ନେଇ ଅଡ଼ୁଆରେ ପଡ଼ିଛି ପୋଲିସ ପ୍ରଶାସନ । ରକ୍ଷଣାବେକ୍ଷଣ ଅଭାବ ହେତୁ ଯଦି ହେଲିକପ୍ଟରରେ କୌଣସି କ୍ଷତି ହୁଏ ତେବେ ସେଥିପାଇଁ ପୋଲିସ ଦାୟୀ ରହିବ ଏବଂ ଏହାର ଭରଣା କରିବ । ଏନେଇ ଇମ୍ଫାର ବିମାନ ଚଳାଚଳ (ଆଭିଏସନ୍) ମୁଖ୍ୟ ହିଂମାଶୁ ଶେଖର ମହାପାତ୍ର ଏକ ଚିଠି ଦ୍ୱାରା ପୁରୀ ଏସପିଙ୍କୁ ଜଣାଇଛନ୍ତି ।

ଖବରାନୁସାରେ ପୁରୀ ଚିଲିକାର ନିଷିଦ୍ଧାଞ୍ଚଳରେ ବୈଜୟନ୍ତଙ୍କ ହେଲିକେପ୍ଟର ଉଡିବାନେଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ବିମାନ ବନ୍ଦରରୁ ବୈଜୟନ୍ତଙ୍କ ହେଲିକପ୍ଟର ସିଲ କରିଥିଲେ । ଯଦିଓ ଏନେଇ ବୈଜୟନ୍ତ ଏବଂ ବିମାନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇସାରିଛନ୍ତି ଯେ ଅଭିଯୋଗ କରାଯାଇଥିବା ସମୟ ଅନୁଯାଇ ତାଙ୍କ ହେଲିକପ୍ଟର ବିମାନବନ୍ଦରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ସାରିଥିଲା ଏବଂ ଚିଲିକା ଏକ ନିଷିଦ୍ଧାଞ୍ଚଳ ନୁହେଁ, ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ଚିଲିକା ଉପରେ ହେଲିକପ୍ଟରରେ ବସି ଭ୍ରମଣ କରିସାରିଛନ୍ତି । ଏହି ଘଟଣରେ ବୈଜୟନ୍ତଙ୍କ କ୍ଷେତ୍ରରେ ତାଙ୍କ ହେଲିକପ୍ଟର ଜବତ କରାଯିବା ଦ୍ୱାରା ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି । ଅପରପକ୍ଷରେ ଗୋଟିଏ ହେଲିକପ୍ଟର ଉଡିଥିଲେ ମଧ୍ୟ ଇମ୍ଫାର ହାଙ୍ଗରରେ ଥିବା ଅନ୍ୟ ଦୁଇଟି ହେଲିକପ୍ଟରକୁ ସିଲ କରାଯାଇଛି । ଏକ ମାସରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହାଫଳରେ ହେଲିକପ୍ଟରର ରକ୍ଷଣାବେକ୍ଷଣ ସଠିକ ସମୟରେ କରାଯାଇପାରୁନାହିଁ ।

error: Thank You Keep Visiting