ଗୋପବନ୍ଧୁ ଜ୍ୟୋତି ପରିକ୍ରମା ଆଳରେ ବଟି ଆଦାୟ ଯୋଗୁ ଅସନ୍ତୋଷ

Straight to the Point

ଭୁବନେଶ୍ୱର (ପ୍ରଶାନ୍ତ ସାଗର ମହାନ୍ତି): କିଛି ବର୍ଷ ହେଲା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କର ନାମକୁ ଅପବ୍ୟବହାର କରି ସମାଜ ଅନୁଷ୍ଠାନ ସହ ସଂପୃକ୍ତ କିଛି ବ୍ୟକ୍ତିମାନେ ଗୋପବନ୍ଧୁ ଜ୍ୟୋତି ଆଳରେ ବିଭିନ୍ନ ବ୍ୟବସାୟୀ ଅନୁଷ୍ଠାନ, ଖଣି ମାଫିଆ, ବଡବଡ କଂପାନୀ, ଦୁର୍ନୀତିଗ୍ରସ୍ତ ସ୍ୱେଚ୍ଛାସେବୀ ସଂଗଠନ , ଶିକ୍ଷା ମାଫିଆ, ଦୁର୍ନୀତିଗ୍ରସ୍ତ ରାଜନେତା, ଦଲାଲ ଅଫିସର ଓ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ଶହଶହ କୋଟି ଟଙ୍କା ·ନ୍ଦା ଆଣି ଜ୍ୟୋତିକୁ ଓଡିଶା ସାରା ବୁଲାଉଛନ୍ତି । ଆଜି ଯଦି ଗୋପବନ୍ଧୁ ବଞ୍ଚିଥାନ୍ତେ ତେବେ ତାଙ୍କ ସମାଜ ଅନୁଷ୍ଠାନ ଏହି ଦଲାଲମାନଙ୍କ ସଂକୀର୍ଣ୍ଣ କାର୍ଯ୍ୟକୁ କଦାପି ପ୍ରଶୟ ଦେଇନଥାନ୍ତେ

ଗୋପବନ୍ଧୁ ସାରା ଜୀବନ ଦୁଃଖି ଦରିଦ୍ରଙ୍କ ସେବା କରିଥିଲେ । ସେ ସର୍ବଦା ଦୁର୍ନୀତିକୁ ବିରୋଧ କରିବା ସଂଗେ ସଂଗେ ସମାଜ ଅନୁଷ୍ଠାନକୁ ଜନସାଧାରଣଙ୍କ ସେବା ପାଇଁ ଉତ୍ସର୍ଗ କରିଥିଲେ । କିନ୍ତୁ ଅତି ଦୁଖ ଓ ପରିତାପର ବିଷୟ ଯେ, ଗୋପବନ୍ଧୁ ଜ୍ୟୋତି ପରିକ୍ରମା ପାଇଁ ଲୋକ ସେବକ ମଣ୍ଡଳର ଟଙ୍କାର ଅଭାବ ନଥିଲେ ମଧ୍ୟ ଏଥିପାଇଁ ବେଦାନ୍ତ, ଜିନ୍ଦଲ, ଆଦାନୀ, ପାରାଦ୍ୱୀପ ଫସପେଟ୍ ପରି ପୁଂଜିପତିମାନଙ୍କ ଠାରୁ ଚାନ୍ଦା ଆଣି ସେମାନଙ୍କୁ ପ୍ରାୟୋଜକ ରଖାଯାଇଛି । ଏଥିସହ ଶିକ୍ଷା ବ୍ୟବସାୟୀ ଆକାଶ, ଓଡିଏମ୍, ଡ୍ରିମ୍ସ ଏପରିକି ମୋଟ୍ରୋ ବିଲର୍ଡ୍ସ ସମେତ ବିବାଦୀୟ ଓଡିଶା ଷ୍ଟିଭେଡୋର (ମହିମା ମିଶ୍ର), ରୁଙ୍ଗଟା ଗ୍ରୁପ୍ ପରି କଂପାନୀ ମାନଙ୍କ ଲୋଗ ବ୍ୟବହାର କରିବା ଗୋପବନ୍ଧୁଙ୍କ ସମ୍ମାନର ହାନୀ କରୁଛି ବୋଲି ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଦାମୋଦର ମଲ୍ଲିକ କହିଛନ୍ତି ।

ଗୋପବନ୍ଧୁ ତାଙ୍କ କବିତାରେ କହିଥିଲେ “ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚଢିଯାଆନ୍ତୁ ମୋ ପିଠିରେ”କିନ୍ତୁ ଆଜି ଗୋପବନ୍ଧୁଙ୍କର ଦାୟଦ ବୋଲି ମିଛରେ କହୁଥିବା ବ୍ୟକ୍ତିମାନେ “ପଶୁ ଜ୍ୟୋତି ଟଙ୍କା ଆମରି ପକେଟ୍ରେ । ଚାଲ ବଟି ଆଦାୟ କରିବା ଜ୍ୟୋତି ନାଆଁରେ ସାରା ଓଡିଶାରେ” । କିଛି ଦଲାଲମାନେ ଏଭଳି ଭାବେ ରାଜ୍ୟର ପ୍ରାୟ ୫୦ରୁ ଅଧିକ ସରକାରୀ ବେସରକାରୀ, କଳା ତାଲିକାଭୁକ୍ତ ଓ ମାଫିଆ ସଂସ୍ଥାମାନଙ୍କ ଠାରୁ ଗୋପବନ୍ଧୁ ଜ୍ୟୋତି କାର୍ଯ୍ୟକ୍ରମ ନାମରେ ବହୁ କୋଟି ଟଙ୍କା ଆଦାୟ ହେଉଥିଲେ ମଧ୍ୟ ଏସବୁର ଆୟବ୍ୟୟ ହିସାବ ଜନସାଧାରଣଙ୍କୁ କୈାଣସି ସୂଚନା ଦିଆଯାଉନଥିବା ଘଟଣା ଏକ ହରିଲୁଟ୍ ର‌୍ୟାକେଟ୍ ଚାଲିଥିବା ସାଧାରଣରେ ସଂଦେହ ସୃଷ୍ଟି କରିଛି । ଜିଲ୍ଲା ଓ ବ୍ଲକସ୍ତରରେ ମଧ୍ୟ ଗୋପବନ୍ଧୁ ଜ୍ୟୋତି କାର୍ଯ୍ୟକ୍ରମ ପାଇଁ ନେତା ଅଫିସର ଓ ବ୍ୟବସାୟୀଙ୍କ ଠାରୁ ବହୁ ପରିମାଣର ଟଙ୍କା ଆଦାୟ କରାଯାଉଛି ।

ଏହି ଆଦାୟ ଟଙ୍କାର ମଧ୍ୟ କୈାଣସି ହିସାବ ନଥିବା ଯୋଗୁ ଗୋପବନ୍ଧୁ ଜ୍ୟୋତି ପରିକ୍ରମା କାର୍ଯ୍ୟକ୍ରମ ମୁଖ୍ୟତଃ ଟାଉଟର, ଦଲାଲ୍, ଖଣ୍ଟ ମାନଙ୍କର ମୋଟାପଣି ରୋଜଗାର କାର୍ଯ୍ୟକ୍ରମରେ ପରିଣତ ହୋଇଛି ବୋଲି ଆନନ୍ଦ ବାରିକ୍, ଗୋପାଳ ଜେନା, ଚିତନ ସାହୁ, କୁଳମଣୀ ନାୟକ, ଶରତ ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ସମାଜ ଅନୁଷ୍ଠାନ ପ୍ରେମୀ ମତପ୍ରକାଶ କରିଛନ୍ତି । ନିକଟରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଫିସ ମାନଙ୍କରେର କିଛି ଟାଉଟରମାନେ ଯାଇ ଜ୍ୟୋତି ନାମରେ ଲକ୍ଷଲକ୍ଷ ଟଙ୍କା ଆଦାୟ କରିବା ଘଟଣା ଜିଲ୍ଲାରେ ଚାଂଚଲ୍ୟ ସୃଷ୍ଟି କରିଛି ।

ଏହି ଟାଉଟରମାନେ ନିକଟରେ ପ୍ରକାଶ କରିଛନ୍ତି ଯେ, ଆମେମାନେ ଖୁବଶିଘ୍ର ରାଧାନାଥ ରଥ, ନିଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର ଏବଂ ଅନ୍ୟମାନଙ୍କର ଜ୍ୟୋତି କରି ବର୍ଷ ସାରା ଚାନ୍ଦା ଆଦାୟ କରି ଚଳିବୁ । ସେମାନଙ୍କ ମତରେ ସରକାର ପୂଜାପର୍ବରେ ଚାନ୍ଦା ଆଦାୟ କରିବାକୁ ବାରଣ କରିଛନ୍ତି, କିନ୍ତୁ ଜ୍ୟୋତି ପାଇଁ ବଟିି ଆଦାୟ କରିବାରେ ସରକାର କୈାଣସି ବାରଣ କରିନାହାନ୍ତି ।

error: Thank You Keep Visiting