୧୯ବର୍ଷପୁରି ୨୦ବର୍ଷରେ ପ୍ରଳୟଙ୍କାରୀ ମହାବାତ୍ୟା,ଏରସମା ବ୍ଲକରୁ ଲିଭିନି ମହାବାତ୍ୟାର ଚିହ୍ନ

Straight to the Point

ଜଗତସିଂହପୁର,(ଦୁର୍ଯ୍ୟୋଧନ ମହାରଣା) : ଜଗତସିଂହପୁର ଜିଲ୍ଲାବାସୀଙ୍କୁ ପ୍ରାୟ ସବୁବେଳେ ବାତ୍ୟା, ବନ୍ୟା ତଥା ପ୍ରାକୃତିକ ବିପର୍ଯ୍ୟୟର ଭୟ ରହିଥାଏ । ସାମାନ୍ୟ ଲଘୁଚାପ କଥା ଶୁଣିଲେ ଜିଲ୍ଲାରେ ଏକପ୍ରକାର ୧୯୯୯ମହାବାତ୍ୟା କଥା ମନେପଡିଯାଏ । ଗତ ଅକ୍ଟୋବର ମାସ ୨୯ତାରିଖ୧୯୯୯ ମସିହା ପ୍ରଳୟଙ୍କାରୀ ମହାବାତ୍ୟା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଏହି ପ୍ରଳୟଙ୍କାରୀ ମହାବାତ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ ଜଗତସିଂହପୁର ଜିଲ୍ଲା ସଂପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ବ୍ୟାପକ ଭାବେ କ୍ଷତିଗ୍ରସ୍ଥ ହୋଇଥିଲା ।

ଏହି ବ୍ଲକରେ ଜିଲ୍ଲା ପ୍ରଶାସନ ଓ ରାଜନେତ ମାନେ ଥଇଥାନ ପୁନଃରୁଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ ମଧ୍ୟ ଆଜକୁ ୧୯ବର୍ଷ ପୁରି ୨୦ବର୍ଷରେ ମହାବାତ୍ୟା ପହଚଥିଲେ ମଧ୍ୟ । ଏରସମା ବ୍ଲକର ଭୁୟାଁପାଳ, ଜୋକର, ପୋଲାଙ୍ଗ, ଶଂଖା, ଦହିବର ଓ ଭଜାଖିଆ ଗ୍ରାମରେ ସେଭଳି କିଛି ବିକାଶ ମୂଳକ କାର୍ଯ୍ୟ ହୋଇନଥିବା ଜଣାପଡିଛି । ୧୯୯୯ମସିହା ଅକ୍ଟୋବର ୨୯ତାରିଖ ଦିନ ପ୍ରଳୟକାରୀ ମହାବାତ୍ୟାରେ ସମୁଦ୍ର୍ର ଜୁଆର ୪୦ଫୁଟ ଓ ୩୦୦କିମିଟର ବେଗରେ ପବନ ରେ ଘର, ଲୋକ, ଗୋରୁଗାଈ, ଛେଳି ମେଣ୍ଢା ଆଦି ବହୁସଂଖ୍ୟାରେ ଭସାଇନେଇ ଯାଇଥିଲା ଓ ସ୍ତ୍ରୀ’ଠାରୁ ସ୍ୱାମୀ, ମା’ଠାରୁ ପୁଅକୁ ଅଲଗା କରିଦେଇଥିଲା ସମୁଦ୍ର ଜୁଆର । ଏଥିରେ ୨୦ହଜାରୁ ଉର୍ଦ୍ଧ ଲୋକମାନେ ମୃତ୍ୟୁବରଣ କରିଥିଲେ । ଏହାଥିଲା ହୃଦୟ ବିଦାରକ ଦୃଶ୍ୟ । ମାତ୍ର ମହାବାତ୍ୟା୧୯ବର୍ଷ ବିତିଗଲାଣି ସମୁଦ୍ରକୂଳିଆ ପଞ୍ଚାୟତ ପଦ୍ମପୁର ଗ୍ରାମପଞ୍ଚାୟତର ଶଂଖା, ଗଡକୁଜଙ୍ଗ ପଞ୍ଚାୟତର ଭୁୟାଁପାଳ, ପୋଲାଙ୍ଗ, ଜୋକର, ଗ୍ରାମ ଗୁଡିକରେ ଏବେବି ସରକାରଙ୍କର ବିକାଶ କାର୍ଯ୍ୟଠାରୁ ଅନେକ ଦୂରରେ ଥିବା ଜଣାପଡଛି ।

ସେହିଭଳି ଜପା ଗ୍ରାମପଞ୍ଚାୟତର ଦହିବର ଗ୍ରାମରେ ୫୭୦ଜଣ ମହାବାତ୍ୟାରେ ଲୋକମୃତ୍ୟୁ ବରଣ କରିଥିଲେ । ଅନ୍ୟମାନେ ବହୁ କଷ୍ଟରେ ବର୍ତ୍ତିଯାଇଥିଲେ ବୋଲି ଗ୍ରାମବାସୀମାନେ କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ଶଙ୍ଖା ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ ମାନେ ଯାତାୟତରେ ଘୋର ଅସୁବିଧା ହେଉଛି । ପିଲାମାନଙ୍କୁ ସେହି କାଦୁଅ ରାସ୍ତାରେ ଆମ୍ବିକି ପଞ୍ଚାୟତକୁ ୧କିଲୋମିଟର ଦୂରକୁ ପାଠ ପଢାଇବାକୁ ପଠାନ୍ତି । ଅନ୍ୟପଟେ ପଦ୍ମପୁର ପଞ୍ଚାୟତକୁ ଆସିବାକୁ ହେଲେ ୨କିଲୋମିଟର ମାଟି କାଦୁଅ ରାସ୍ତାରେ ବହୁ କଷ୍ଟରେ ଆସିବାକୁ ପଡିଥାଏ । ଗ୍ରାମରେ ପିଇବା ପାଣିର ଘୋର ଅସୁବିଧା ରହିଛି ।ବାତ୍ୟା ଆଶ୍ରୟସ୍ଥଳୀ ନାହିଁ । ସରକାରଙ୍କ ପକ୍ଷରୁ ୨ଟି ନଳକୂପ ରହିଛି ଯାହାକି ସେଥିରୁ ଲୁଣିପାଣି ବାହାରୁଛି । ପାଖରେ ଥିବା ଏକ ନଦୀରୁ ପାଣି ଆଣି ପିଉଛନ୍ତି ।ଏହି ପାଣି ପିଇବାଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ବହୁତ ଖରାପ ହୁଏ ବୋଲି କହିଛନ୍ତି । ନଚେତ୧କିଲୋମିଟର ଦୂରରେ ଥିବା ଆମ୍ବିକି ପଞ୍ଚାୟତର ଚାଉଳିଆ ଗ୍ରାମ କୁ ଚାଲିଚାଲି ଯାଇ ଛକରେ ଥିବା ନଳକୂପରୁ ପିଇବାପାଣି ଆଣି ପିଅନ୍ତି ।ସେହି ଗ୍ରାମକୁ ବ୍ଲକ ପ୍ରଶାସନ ପକ୍ଷରୁ ଘର ଯୋଗାଇ ଦିଆଯାଇଥିଲେ ମଧ୍ୟ ରାସ୍ତା ନଥିବାରୁ ଘରକରି ପାରିନାହାନ୍ତି । ସେହି ଭଙ୍ଗାଚାଳଘରେ ପଡିରହିଛନ୍ତି ।

ଏବେ ସେହି ଗ୍ରାମରେ ୯୫ଟି ଘରରହିଥିବାବେଳେ ୮୦୦ରୁ ଅଧିକା ଲୋକସଂଖ୍ୟା ବୋଲି ଜଣାପଡିଛି । ଧାନ ଚାଷ ଜମିରେ ଲୁଣିପାଣି ରହୁଥିବାରୁ ଚାଷକାର୍ଯ୍ୟ କରିପାରୁନଥିବା ଜଣାପଡିଛି ।ବାତ୍ୟା ଆଶ୍ରୟୀ ସ୍ଥଳୀ ନଥିବାରୁ ଯଦି ବାତ୍ୟା ଆଶଙ୍କା ଦେଖାଦେଲେ ପିଲାଛୁଆଙ୍କୁ ଧରି ଆମ୍ବିକି ଗ୍ରାମରେ ଆଶ୍ରୟ ନିଅନ୍ତି ବୋଲି ଗ୍ରାମବାସୀ ଙ୍କ ଠାରୁ ଜଣା ପଡିଛି । ସେମାନେ ବାଘାଡି ନଦୀରେ ଏକ ପକ୍କାପୋଲନିର୍ମାଣ କରାଯିବାପାଇଁ ଓ ବିଭିନ୍ନ ସମସ୍ୟା ଦୂର କରିବାପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳ, ବିଧାୟକ, ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ ।ସେହିଭଳି ଏହା ସହିତ ଜପା ପଞ୍ଚାୟତରେ ସବୁଠାରୁ ଅଧିକ ଲୋକ ମରିଥିବା ଦହିବର, ଝାଟିପାରି, ଖୋଳପ ଓ ଧୋବେଇ ଜଙ୍ଗଲ ଗ୍ରାମକୁ ମଧ୍ୟ ରାସ୍ତାଟିଏ ନଥିବା ସେହି ଗ୍ରାମରେ ବସବାସ କରୁଥିବା ଲୋକ ମାନଙ୍କ ବ୍ଲକ ପ୍ରଶାସନ ଘରଟିଏ ଦେଇନଥିବା ଜଣାପଡିଛି । ସେମାନଙ୍କ ଜମିନଥିବା ଓ ସରକାରୀ ଜମିରେ ଘର କରିଛନ୍ତି ବୋଲି ତାଙ୍କୁ ଘର ଦିଆଯାଇନଥିବା ଜଣାପଡିଛି । ଏବେ ମଧ୍ୟ କୁଡିଆଘରେ ପଡିରହିଛନ୍ତି ।

ଏପରିକି ଗଡକୁଜଙ୍ଗ ପଞ୍ଚାୟତର ଭୁୟାଁପାଳ, ପୋଲାଙ୍ଗ, ଜୋକର ଗ୍ରାମର ଲୋକମାନେ ମଧ୍ୟ ଜଙ୍ଗଲ ଜମିରେ ଚାଳଛପର ଘରକରି ମହାବାତ୍ୟାପରଠାରୁ ଜୀବନ ବିତାଉଛନ୍ତି ।ସେମାନଙ୍କ ଗାଁଙ୍କୁ ମଧ୍ୟ ରାସ୍ତା ନାହିଁ, ଯଦି କୌଣସି ବାତ୍ୟାର ସୂଚନା ଆସେ ସେମାନଙ୍କୁ ୪କିଲୋମିଟର ପାଦରେ ଚାଲି ଆସିବାକୁ ପଡେ ଗଡକୁଜଙ୍ଗ ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀକୁ ଯାହାକି ସେ ପୁଣି ଭାଙ୍ଗିରୁଜି ଗଲାଣି । ସେମାନେ ଜଙ୍ଗଲ ଜମିରେ ଘର କରିଥିବାରୁ ସେମାନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଉନାହିଁ । ପିଲାଛୁଆ ପାଠପଢାରେ ବ୍ୟାଘତ ସୃଷ୍ଟି ହେଉଛି କାରଣ ଉଚ୍ଚତର ଶିକ୍ଷା ପାଇଁ ବାସଗୃହ ପ୍ରମାଣପତ୍ର ଆଗେ ଦରକାର ହେଉଛି । ବାତ୍ୟାପରଠାରୁ ରାସ୍ତରା ମୁଠାଏ ମାଟି ପଡିନାହିଁ, କୋଠାଘର ଯୋଜନାରେ ସେମାନଙ୍କୁ ସାମିଲ କରାଯାଉନାହିଁ ସେମାନେ ଭାଗ୍ୟକୁ ଆଦରି ବଙ୍ଗୋପସାଗରକୁ ଚାହିଁ ସେହି ଚାଳଘରେ ପଡିରହିଥିବା ଭୁୟାାଁପାଳ ଗ୍ରାମର ଶ୍ୟାମ ଦାସ, ସୁବଳ ଦାସ, ସିତାରାମ ଦାସ, ଖୋକନ ଦାସ, ବିଶ୍ୱରଂଜନ ମାନା, ରାମ ମାଇତି, ମୋତିଲାଲ ଦାସ, ସୁଦାମ ଦାସ ପ୍ରମୁଖ କହିଛନ୍ତି ।

ସେହିପରି ଗୋଡା ପଞ୍ଚାୟତର ଭଜାଖିଆ ଗ୍ରାମକୁ ସରକାରଙ୍କର ପକ୍କା ରାସ୍ତାଟିଏ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଜଗତସିଂହପୁର ସାଂସଦ କୂଳମଣୀ ସାମଲ, ରାଜ୍ୟସଭାସାଂସଦ ରଞ୍ଜୀବ୍ ବିଶ୍ୱାଳ ଗତବର୍ଷ ଭଜାଖିଆ ଗ୍ରାମର ଦୟନୀୟ ଅବସ୍ଥା ଦେଖି ସେମାନଙ୍କ ପାଣ୍ଠିରୁ ରାସ୍ତା ଓ ବିକାଶ ପାଇଁ ଅର୍ଥ ଘୋଷଣା କରିଥିଲେ ମଧ୍ୟ ତାହା ଭାଷଣ ବାଜିରେ ରହିଯାଇଥିବା ଭଜାଖିଆ ଗ୍ରାମବାସୀ କହିଛନ୍ତି । ଏପରିକି ଜିଲ୍ଲାରେ ବାତ୍ୟାପରଠାରୁ ମହାରାଷ୍ଟ୍ର ସରକାର ନିର୍ମାଣ କରିଥିବା ବାତ୍ୟା ଆଶ୍ରୟ ସ୍ଥଳୀର ରକ୍ଷଣାବେକ୍ଷଣରୁ ସେଗୁଡିକ ଭାଙ୍ଗିରୁଜି ଗଲାଣି । ପ୍ରକାଶ ଥାଉକି ଗ୍ରାମବାସୀମାନେ ସେହି ଦିନ ବାତ୍ୟାର କରୁଣ କାହାଣି କହୁଥିବାବେଳେ କାନ୍ଦି ପକାଇଥିଲେ । ତାଙ୍କ ଆଗରେ ଗ୍ରାମର ଲୋକମାନେ ପାଣିରେ ଭାଷିଯାଉଥିବା ଦୃଶ୍ୟ କହିଥିଲେ । ଗ୍ରାମର ଲୋକମାନେ କିଭଳି ଗଛକୁ ଧରି ବଞ୍ôଚଯାଇଥିଲେ । ସେହି କରୁଣ କଥା କହିଥିଲେ । ଜିଲ୍ଲାରେ ଯୋଜନା ଉପରେ ଯୋଜନା ତିଆରି ହେଉଥିବା ବେଳେ ବାତ୍ୟାର କ୍ଷତି ହୋଇଥିବା ଗ୍ରାମ ଗୁଡିକର ବିକାଶ ତଥା ଉନ୍ନୟନ୍ନ ପାଇଁ ଜିଲ୍ଲାପ୍ରଶାସନ କିମ୍ବା ରାଜ୍ୟସରକାର ଧ୍ୟାନ ଦେଉନଥିବାରୁ ବାତ୍ୟା ପ୍ରପିଡିତ ଲୋକମାନେ କ୍ଷୋଭ ପ୍ରକାଶ କରରିଛନ୍ତି ।

error: Thank You Keep Visiting