ଓଳାଶୁଣୀ ନିକଟରୁ ନବ ଜାତ ଶିଶୁ ପୁତ୍ର ଉଦ୍ଧାର

Straight to the Point

ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଜାତୀୟ ରାଜ ପଥ ଓଳାଶୁଣୀ ଛକ ନିକଟ ଏକ ଦୋକାନ କଡ଼ରୁ ଆଜି ଏକ ନବ ଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଆଜି ଭୋର ୬ଟା ସମୟରେ ଦୁର୍ଗା ଚରଣ ସିଂହ ନାମକ ବ୍ୟକ୍ତି ଘରୁ ଦୋକାନକୁ ଆସୁଥିବା ବେଳେ ତାଙ୍କ ଦୋକାନ ନିକଟରେ ଏକ କାର ଛିଡ଼ା ହୋଇଥିବା ଦୂରରୁ ଦେଖିଥିଲେ । ଦୋକାନ ପାଖରେ ପହଞ୍ôଚବା ବେଳକୁ କାରଟି ସେଠାରୁ ପଳାଇଗଲା । ମାତ୍ର ସେ ପହଞ୍ôଚ ଦେଖନ୍ତିତ ସେଠାରେ ଏକ ଓଢଣୀ ଗୁଡ଼ା ହୋଇ କ’ଣ ପଡ଼ିଛି । ପାଖକୁ ଯାଇ ଖୋଲି ଦେଖିଲା ବେଳକୁ ତାହା ଏକ ଜୀବିତ ସଦ୍ୟ ଜାତ ଶିଶୁ ପୁତ୍ର । ସଙ୍ଗେ ସଙ୍ଗେ ଦୁର୍ଗା ଚରଣ ବାଲିଚନ୍ଦ୍ରପୁର ଥାନାକୁ ଫୋନ ଯୋଗେ ଜଣାଇବା ପରେ ପୋଲିସ ସେଠାରେ ପହଞ୍ôଚ ୧୦୮ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଚାଇଲ୍ଡ ୱଲ୍ଫେୟାର ଚେୟାର ପର୍ଶନଙ୍କୁ ଅବଗତ କରାଇଥିଲେ । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇ ଉତ୍ତମ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ଙ୍କ ତତ୍ତ୍ୱବଧାନରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ରିପୋର୍ଟ ଲେଖା ହବା ପର୍ଯ୍ୟନ୍ତ ଶିଶୁଟିର ପରିଚୟ ମିଳିପାରି ନାହିଁ । ତେବେ ଉକ୍ତ ଶିଶୁ ପୁତ୍ରର ନାଭିରେ ମେଡ଼ିକାଲ କ୍ଲିପ ଲଗାଯାଇଥିବାରୁ ପ୍ରସବଟି ନିଶ୍ଚିନ୍ତଭାବରେ କୌଣସି ଏକ ଡାକ୍ତରଖାନାରେ ହୋଇଥିବା ଅନୁମାନ କରାଯାଉଛି । ତେଣୁ ଘଟଣାର ଅଧିକ ପ୍ରଶାସନିକ ତଦନ୍ତ ହୋଇ ସତ୍ୟା ସତ୍ୟ ଉନ୍ମୋଚନ କରିବା ହେବାକୁ ସାଧାରଣରେ ଦାବି ହୋଇଛି ।

error: Thank You Keep Visiting