କେନ୍ଦ୍ର ସରକାରଙ୍କ ଅବହେଳା ବିରୋଧରେ ଦୁଇ ଘଣ୍ଟିଆ ବିକ୍ଷୋଭ

Straight to the Point

ଅନୁଗୋଳ: କେନ୍ଦ୍ର ସରକାରଙ୍କ ନେତା ମାନେ ଭାଷଣ ବାଜିରେ ବ୍ୟସ୍ତ ଥିବାରୁ ଦୂରଦୃଷ୍ଟିର ଅଭାବ ଏବଂ ଆତ୍ମ ପ୍ରଚାରରେ ବିଭୋର ଥିବା ବିଜେପି ନେତାଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସାଧାରଣ ଜନତା ଆଜି କ୍ଷତିଗ୍ରସ୍ତ ଓ ଭୀତତ୍ରସ୍ତ । ନିଜସ୍ୱ ଆୟ ନକରି ପାରି ବିଭିନ୍ନ ରାଜ୍ୟରୁ ଅର୍ଥ ସଂଗ୍ରହ କରି ଦାଦାଗିରି କରୁଥିବା କେନ୍ଦ୍ର ସରକାର ସବୁବେଳେ ଆମେ ଦେଉଛୁ ବୋଲି କହୁଛନ୍ତି । କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଆମ ଓଡିଶାରୁ ୯୮ ହଜାର କୋଟି ଟଙ୍କା ନେଉଥିବା ବେଳେ ପର୍ଯ୍ୟାୟକ୍ରମେ ବାର୍ଷିକ ୩୪ ହଜାର କୋଟି ଓଡିଶା ପାଉଛି ।

ସମସ୍ତ କେନ୍ଦ୍ରୀୟ ଯୋଜନାରେ ଅଂଶଥନ ବାବଦରେ ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବାର ବ୍ୟବସ୍ଥା ରହିଥିବା ବେଳେ କେନ୍ଦ୍ର ସରକାର ଠିକଣା ସମୟରେ ଅର୍ଥ ଦେବାରେ ବିଳମ୍ବ କରୁଥିବାରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସରକାରଙ୍କ ବକେୟା ଅଂଶଧନ ବାବଦରେ ରାଜ୍ୟ ସରକାର ୧୭ ହଜାର କୋଟି ପାଇବାକୁ ବାକି ରହିଛି । ପାଲଲହଡା ବିଧାନସଭା କ୍ଷେତ୍ର ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଯୋଜନା ଠିକଣା ଢଙ୍ଗରେ କାର୍ଯ୍ୟ କରୁ ନାହିଁ । ପାଲଲହଡା, ଖମାର, ପବିତ୍ରନଗର, କଣିହାଁ, ରେଙ୍ଗାଳି ଓ ତାଳଚେର ଅଞ୍ଚଳବାସୀଙ୍କ ପ୍ରତି କ୍ରମାଗତ ଅଣଦେଖା କରାଯାଉଅଛି ।

ଏହାର ପ୍ରତିବାଦରେ ଉକ୍ତ ଅଞ୍ଚଳ ଗୁଡିକରେ ସକାଳ ୯ ଠାରୁ ୧୧ ଟା ପର୍ଯ୍ୟନ୍ତ ବିଜେଡି ଧାରଣା / ପ୍ରତିବାଦ ସଭା କରୁଛି । ଏହି କାର୍ଯ୍ୟକ୍ରମରେ ତା ୨୮/୧୦/୧୮ (ରବିବାର), ପାଲଲହଡା ବସଷ୍ଟାଣ୍ଡ, ୨୯/୧୦/୧୮ (ସୋମବାର), ଖମାର ବଜାର ଛକ, ୩୦/୧୦/୧୮ (ମଙ୍ଗଳବାର), ପବିତ୍ରନଗର ଛକ, ୩୧/୧୦/୧୮ (ବୁଧବାର), ଏନ୍ଟିପିସି ଶହିଦ ସ୍ତମ୍ଭ, ୦୧/୧୧/୧୮ (ଗୁରୁବାର), ରେଙ୍ଗାଳି ବିଜୁ ପଟ୍ଟନାୟକ ଛକ, ୦୨/୧୧/୧୮ (ଶୁକ୍ରବାର), ଗାନ୍ଧୀଛକ, ଫାଷ୍ଟ ଗେଟ୍ ତାଳଚେର ଟାଉନ୍ ଠାରେ ପ୍ରତିବାଦ ସଭା / ବିକ୍ଷୋଭ ପ୍ରଦର୍ଶନ ହେବ । ପ୍ରତିସ୍ଥାନରେ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ଯୋଗଦେବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ ।

error: Thank You Keep Visiting