ବିଜେପି ଜିଲ୍ଲା ସଭାପତିଙ୍କ ଗିରଫଦାରୀକୁ ନିନ୍ଦାକଲେ କେନ୍ଦ୍ରମନ୍ତ୍ରୀ

Straight to the Point

ଅନୁଗୋଳ: ସାତକୋଶିଆ ଅଞ୍ଚଳରେ ବସବାସ କରୁଥିବା ଜନବସତିରେ ସୁନ୍ଦରୀ (ବାଘ) ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ବଳଦ ଓ ଗାଈଙ୍କ ପାଇଁ ଜନବସତି ଆସି ଜରପଡା ଜାତୀୟ ରାଜପଥରେ ଆନ୍ଦୋଳନ, ରାସ୍ତା ଅବରୋଧ , ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ, ଜିପ୍ ପୋଡା ଇତ୍ୟାଦି କରିଥିଲେ । ଜନସାଧାରଣଙ୍କ ସହିତ ସାମିଲ ଥିଲେ ବିଜେପି ଜିଲ୍ଲା ସଭାପତି ତଥା ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାଗିରଥି ପ୍ରଧାନ । ପୋଲିସ୍ ପ୍ରଥମେ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ଜେଲ ପଠାଇଲା ।

ଏହାକୁ ଟ୍ୱିଟ୍ କରି ଘୋର ନିନ୍ଦା କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେଡି ସା. ସଂପାଦକ କାଳନ୍ଦି ସାମଲ, ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରପାଣି, ଲୁଲୁ ଅମାନ୍ତ ମଧ୍ୟ ନିନ୍ଦା କରିଛନ୍ତି ।