ହାତୀ ମୃତ୍ୟୁ ଘଟଣାରେ ସେସୁ’କୁ ଏନ୍.ଜି.ଟି ପକ୍ଷରୁ ୧କୋଟିର ଝଟକା

Straight to the Point

ଭୁବନେଶ୍ୱର: ଙ୍କୋନାଳ କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାରେ ନାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ସେସୁ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ହାତୀ ମୃତ୍ୟୁ ଘଟଣାରେ ଏନଜିଟିରେ ଆଜି ଶୁଣାଣୀ ହୋଇଥିଲା । ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଧାର କରି ଏନଜିଟି ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଶୁଣାଣୀ କରି ଏନଜିଟି ସେସୁକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ଘଟଣାର ତଦନ୍ତ ପାଇଁ ଏକ କିମିଟି ଗଠନ କରିଛନ୍ତି । କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଡେରାଡୁନ ୱାଇଲ୍ଡ ଲାଇଫ୍ ଅଫ ଇନ୍ଷ୍ଟିଚ୍ୟୁଟର ଜଣେ ଲେଖାଏଁ ସଦସ୍ୟ ରହିବେ ।

ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଏନଜିଟିକୁ ରିପୋର୍ଟ ହସ୍ତାନ୍ତର କରିବେ ଏବଂ ଏହା ପରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି ବିଚାରପତି କହିଛନ୍ତି । ତେବେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାବେଳେ ସମସ୍ତ ବିଭାଗରେ ମୋଟ ୬ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଓ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୬ ତାରିଖ ରାତିରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ । ଏହି ଘଟଣାରେ ବନବିଭାଗ ସେସୁକୁ ଦାୟୀ କରିଥିଲା । ସେଠାରେ ଦୀର୍ଘ ଦିନ ହେଲା ବିଦ୍ୟୁତ ତାର ଓହଳି ରହିଥିଲା । ଏ ନେଇ ସେସୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖି ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ । ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।

error: Thank You Keep Visiting