ବୁଦା ମୂଳରେ ପୋତାଯାଇଥିବା ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର

Straight to the Point

ଅନୁଗୋଳ/ବନ୍ତଳା: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁ କନ୍ୟାକୁ ନେଇ ସାରୁଆଳି ଗାଁର ମହିଳା ପ୍ରତିମା ଭୋଇ ଫେରାର୍ ହୋଇଯାଇଥିଲେ । ପୁଲିସ୍ ତନାଘନା ପରେ ଆଶାକର୍ମୀ ସୁକାନ୍ତୀ ନାଏକଙ୍କ ସହଯୋଗରେ ସାରୁଆଳି ଗାଁରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସ୍ଏନ୍ସିୟୁରେ ଶିଶୁଟିର ଚିକିତ୍ସା ଚାଲିଛି । ଶିଶୁଟି ଦୁଇ ଦିନର ହୋଇଥିବା ଅନୁମାନ କରାଯାଉଛି ।
ଆଶାକର୍ମୀ ଶ୍ରୀମତି ନାଏକଙ୍କ କହିବା ମୁତାବକ, ସାରୁଆଳି ଗାଁରୁ ମଙ୍ଗୁଳୁ ଭୋଇ ଏବଂ ପ୍ରତିମା ଭୋଇ ଜଙ୍ଗଲରେ ଛେଳି ଚରାଉଥିବା ବେଳେ ଜନ୍ମିତ ଶିଶୁଟିକୁ ଜଙ୍ଗଲରେ ଦେଖିବାକୁ ପାଇଥିଲେ ।

ଏକ ବୁଦାମୂଳେ ଶିଶୁଟିକୁ କେହି ପୋତି ଦେଇଥିଲା । ଶିଶୁଟିର କାନ୍ଦ ଶୁଣି ଭୋଇ ଦମ୍ପତ୍ତି ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରିଥିଲେ । ପୋତା ଯିବା ସତ୍ୱେ ସୌଭାଗ୍ୟକୁ ଶିଶୁଟି ବଞ୍ôଚ ଯାଇଛି । ବନ୍ତଳା ଡାକ୍ତରଖାନାରେ ଶିଶୁଟିକୁ ଭର୍ତ୍ତି କରାଯାଇଥିଲା । ଉଚ୍ଚ ଚିକିତ୍ସା ପାଇଁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡାକ୍ତର ରେଫର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁର ଓପିଡି ଟିକେଟ୍ କରୁ କରୁ ଶ୍ରୀମତୀ ଭୋଇ ଶିଶୁଟିକୁ ନେଇ ମେଡିକାଲ ପରିସରରୁ ଛୁ ମାରିଥିଲେ ବୋଲି ଆଶାକର୍ମୀ ଶ୍ରୀମତି ନାଏକ କହିଛନ୍ତି । ବନ୍ତଳା ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ୍ ଖୋଜାଖୋଜି କରିଥିଲା ।

ଶ୍ରୀମତି ଭୋଇ ସାରୁଆଳିରେ ପହଞ୍ôଚବା ପରେ ଆଶାକର୍ମୀ ଶ୍ରୀମତୀ ନାଏକ ଶିଶୁଟିକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ରାତିସାରା ଶ୍ରୀମତି ଭୋଇ ଶିଶୁଟିକୁ ନେଇ ଅନୁଗୋଳର ଜଣେ ସମ୍ପର୍କୀୟାଙ୍କ ଘରେ ରହିଥିଲେ ବୋଲି ଆଶାକର୍ମୀ ଶ୍ରୀମତୀ ନାଏକ କହିଛନ୍ତି । ପୋତା ଯିବା କାରଣରୁ ଶିଶୁ ଦେହରେ କିଛିଟା ଦାଗ ରହିଛି ବୋଲି ଏସ୍ଏନ୍ସିୟୁର ଡାକ୍ତର ସୌମ୍ୟରଞ୍ଜନ ବାରିକ ଏବଂ ଡାକ୍ତର ଶ୍ୱେତା ସର କହିଛନ୍ତି । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି । ଶିଶୁଟି ସ୍ଥାନୀୟ ଅଞ୍ଚଳର ଜଣେ କୁମାରୀ ପ୍ରସୂତିଙ୍କର ବୋଲି ଅନୁମାନ କରାଯାଉଛି ।

error: Thank You Keep Visiting