ମନ୍ଦିରରେ ୨ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ଏସିଡ୍ ମାଡ:୬ ଗୁରୁତର,୨ ଗିରଫ

Straight to the Point

ଭଦ୍ରକ: ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ଆଖଣ୍ଡଳମଣି ମନ୍ଦିରର ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଯାତ୍ରୀ ଭାଗବଣ୍ଟୁରାକୁ କେନ୍ଦ୍ର କରି ଗତକାଲି ଏସିଡ୍ ମାଡଭଳି ଅଭାବନୀୟ ପରିସ୍ଥିତି ଉପୁଜିଛି । ତେବେ ଏହି ଘଟଣାରେ ଉଭୟପକ୍ଷର ୬ ଜଣ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଆଖଣ୍ଡଳମଣି ଟ୍ରଷ୍ଟର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସୂଚାରୁ କୁମାର ବଳ ଗଣମାଧ୍ୟମକୁ କହିଛନ୍ତି । ଏବଂ ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଜଣାପଡିଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ସକାଳେ ଯାଜପୁର ଜିଲାର ଛଞ୍ôଚଣା ଅଂଚଳର କେତେକ ଭକ୍ତ ଆଖଣ୍ଡଳମଣିଙ୍କ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ ପହଞ୍ôଚବା ପରେ ସେବାୟତଙ୍କ ପକ୍ଷରୁ ଦୁଇଗୋଷ୍ଠୀ ସେମାନଙ୍କୁ ଦର୍ଶନ କରାଇବା ନିମନ୍ତେ ଟଣାଓଟରା ଲାଗିଥିଲେ । ଶେଷରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡରୁ ମାଡଗୋଳ ପର୍ଯ୍ୟନ୍ତ କଥା ପହଞ୍ôଚଥିଲା । ପରେ ସ୍ଥାନୀୟ ପୁଲିସ୍ ପହଞ୍ôଚ ସନ୍ଧ୍ୟାରେ ଘଟଣାର ସମାଧାନ କରିବେ ବୋଲି କହି ଉଭୟଙ୍କୁ ଶାନ୍ତ କରାଇଥିଲା । ମାତ୍ର ରାତି ପ୍ରାୟ ୧୦ଟା ସମୟରେ ମନ୍ଦିରର ପଶ୍ଚିମ ଦ୍ୱାର (ମୁଖଚାଳି ଦ୍ୱାର) ନିକଟରେ ଗୋଟିଏ ପକ୍ଷ ଅପରପକ୍ଷ ସେବାୟତଙ୍କ ଉପରେ ଏସିଡ୍ ମାଡ କରିଥିଲେ । ଏହି ଏସିଡ୍ ମାଡରେ ଉଭୟପକ୍ଷରୁ ଆରଡିର କୃପାସିନ୍ଧୁ ପାଢୀଙ୍କ ପୁତ୍ର ମକରଧ୍ୱଜ (୪୦), ହୃଷିକେଶ ପାଢୀଙ୍କ ପୁତ୍ର ଦୈତାରୀ (୨୫), ଅଶୋକ ପାଢୀଙ୍କ ପୁତ୍ର ହୃଷିକେଶ (୨୫), ବଂଶୀଧର ପାଢୀଙ୍କ ପୁତ୍ର ଶଶିଭୂଷଣ (୩୫), ନିରଂଜନ ପାଢୀଙ୍କ ପୁତ୍ର ସଂଜୟ (୩୫) ଓ ମୃତ୍ୟୁଞ୍ଜୟ (୪୮) ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ଏହି ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ବି. ଗଂଗାଧରଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡିପିଓ ଓ ସ୍ଥାନୀୟ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ପରେ ଦୁଇଜଣଙ୍କୁ ଗିରଫ କରିଛନ୍ତି ।

error: Thank You Keep Visiting