ମହୁ ମହାଦୁର୍ନୀତିକୁ ନେଇ ଚର୍ଚ୍ଚାରେ ଖଦୀ ବୋର୍ଡ ଅଧ୍ୟକ୍ଷ

An Independent Media

ଭୁବନେଶ୍ୱର: ମହୁ ଚାଷ ମହା ଘୋଟଲାରେ ହୋଇଥିବା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଶୂନ୍ । ଚାଷୀଙ୍କ ଆନ୍ଦୋଳନ, ଖଦୀ ବୋର୍ଡ ଅଫିସ ଘେରାଉ ପରି କାର୍ଯ୍ୟକ୍ରମ ପରେ ମଧ୍ୟ ସରକାର ଶୁଣିଲେନି ଚାଷୀଙ୍କ କଥା । ସ୍ୱଚ୍ଛ ଭାବମୂର୍ତ୍ତୀର ମୁକୁଟ ପିନ୍ଧିଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ରହିଲେ ଚୁପ୍ । କ୍ଷମତା ଚାପରେ ଏପରି ଏକ ମହାଦୁର୍ନୀତିକୁ ଚାପି ଦିଆଯାଇଛି ବୋଲି ମହୁ ଚାଷୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ଏହିପରି ଚାଷୀ ମାରଣ ନୀତି ପ୍ରତିବାଦରେ ସରକାର ତୁରନ୍ତ ଏହାର ତଦନ୍ତ ନକଲେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ପାଇଁ ମହୁ ଚାଷୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହି ମହାଦୁର୍ନୀତିକୁ ନେଇ ବିଜେପି ନେତା ଶିଶିର ଗମାଙ୍ଗୋ ପ୍ରଥମେ ନିଜ ଫେସବୁକରେ ଏହି କଥା ଲେଖି ଘଟଣାକୁ ପଦାକୁ ଆଣିଥିଲେ । ଏହା ଜଣା ପଡିବା ପରେ ଜାଗ୍ରତ ଓଡିଶା ପକ୍ଷରୁ ଆନ୍ଦୋଳନ କରାଯାଇଥିବାବେଳେ ଏବେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା ଇଣ୍ଡିଆ ଏଗେନେଷ୍ଟ କରପସନ । ଏପରି ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା । ଏପରିକି ଖଦୀ ବୋର୍ଡରେ ଏକ ମହାଦୁର୍ନୀତି ହୋଇଛି । ମନ୍ତ୍ରୀ, ଆଇଏଏସ ଅଫିସରଙ୍କ ସହ ମିଶି ଖଦୀବୋର୍ଡ ଅଧ୍ୟକ୍ଷ ଶ୍ରୀ ତେଜେଶ୍ୱର ପରିଡା ମିଶି ଏହି ଘୋଟାଲାରେ ସାମିଲ ଥିବା କଥା ଅଭିଯୋଗ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲା ସଙ୍ଗଠନ । ଏନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଏବଂ ସବୁଠି ଚର୍ଚ୍ଚାରେ ବିଷୟ ପାଲଟିଥିଲା । ଏପରିକି ମହୁବାକ୍ସ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଆଣିଥିଲେ । ଚାଷୀମାନେ ରାସ୍ତାକୁ ଓହ୍ଲାଇବା ସତ୍ତେ୍ୱ ସରକାର ଏବେ ମିଳିମିଶି ଏହି ଦୁର୍ନୀତିକୁ ଚାପି ଦେଇଥିବା ମହୁ ଚାଷୀମାନେ ଅଭିଯୋଗ କରିଛନ୍ତି ।

error: Thank You Keep Visiting