ପ୍ରମେୟ ଖବର କାଗଜରେ ମିଥ୍ୟା ଖବର ପ୍ରକାଶକୁ ନେଇ କେନ୍ଦ୍ରାପଡାରେ ଉତ୍ତେଜନା

An Independent Media

କେନ୍ଦ୍ରାପଡା: ଏକ ମନଗଢା ଓ ଦାୟୀତ୍ୱହୀନ ଖବର ପ୍ରକାଶକୁ ନେଇ କେନ୍ଦ୍ରାପଡାରେ ଉତ୍ତେଜନା ପ୍ରକାଶ ପାଇଛି । ରବିବାର ସକାଳେ ଉତ୍ୟକ୍ତ ଲୋକମାନେ ସହରସ୍ଥ ପୁରୁଣା ବସଷ୍ଟାଣ୍ଡରେ ପ୍ରମେୟ ଖବର କାଗଜ ବିରୋଧରେ ନାରା ଦେବା ସହିତ ଏହାକୁ ସର୍ବ ସାଧାରଣରେ ପୋଡି ପ୍ରତିବାଦ ଜଣାଇଥିଲେ । ସେହିପରି ମଥ୍ୟା ଖବର ପ୍ରକାଶ କରିବା ବିରୋଧରେ ଏସ.ପି ଓ ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭି୍େଯାଗ କରିବା ସହ କାର୍ଯାନୁଷ୍ଠାନ ଦାବି କରିଥିଲେ । ଖବରରୁ ପ୍ରକାଶ ଯେ, କେନ୍ଦ୍ରାପଡା ପୁରୁଣା ରିଜର୍ଭ ପୋଲିସ କାର୍ଯ୍ୟାଳୟ ପରିସରରେ ଗଜଲକ୍ଷ୍ମୀ ପୂଜା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏସ.ପି ନୀତିଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସବ୍କଲେକ୍ଟର ସଞ୍ଜୟ ମିଶ୍ର, କେନ୍ଦ୍ରାପଡା ଏସ.ଡି.ପି.ଓ. ରାଜୀବଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସ.ଡି.ପି.ଓ. ରଞ୍ଜନ ଦେ ଯୋଗଦେଇ ଭସାଣୀ ଉତ୍ସବ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ସମ୍ପର୍କରେ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ତେବେ ଆଲୋଚନାରେ ସ୍ଥାନ ପାଇନଥିବା ଏକ ବିଷୟ ଦୈନିକ ଖବର କାଗଜ ପ୍ରମେୟରେ ପ୍ରକାଶିତ ହେବା ନେଇ ସକାଳେ ବିଭିନ୍ନ ପୂଜା ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିିଲା । ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଉତ୍ତେଜିତ ଲୋକମାନେ ଏକତ୍ରିତ ହୋଇ ପ୍ରକାଶିତ ଖବରକୁ ମନଗଢା,ମିଛ ଓ ଦାୟିତ୍ୱହୀନତା ବୋଲି ଅଭିଯୋଗ କରିବା ସହ ଏହାକୁ ପୋଡି ପ୍ରତିବାଦ ଜଣାଇଥିଲେ । ତେବେ ଉକ୍ତ ଖବର କାଗଜ ପ୍ରକାଶନ ସଂସ୍ଥା ପକ୍ଷରୁ ଲୋକମାନଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରହିଥିବା ଜଣାପଡିଛି ।

error: Thank You Keep Visiting